ଖୋଲିବ ଜୁନିୟର ପାଠକ୍‌ଙ୍କ ଠକ ପେଡ଼ି: ବ୍ଳୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି କ୍ରାଇମବ୍ରାଞ୍ଚ

1 min read

ଭୁବନେଶ୍ୱର: ଏସ୍‌ଆଇଟି ପରେ କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନର୍‌ରେ ଜୁନିୟର ପାଠକ । ଖୋଲିବ ଜାଲି ଫର୍ଦ୍ଦ । ଟାଟାର ଜାଲି ଏମ୍‌ଡି ଆକାଶ ପାଠକଙ୍କ ଠକ ପେଡ଼ି ତାଙ୍କ ପିଏସ୍‌ ଡେଭିଡ୍‌ ପିଟର ଖୋଲିବା ପରେ ଜୋରଦାର ଛାନ୍‌ଭିନ୍ କରୁଛି କ୍ରାଇମ୍‌ବ୍ରାଞ୍ଚ୍‌ । ଦ୍ୱିତୀୟ ଦିନରେ ପିଟରଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ଜେରା କରୁଛି । ଭାବୀ ଜାମାତା ଆକାଶଙ୍କ ସହ ବିଧାୟକ ପ୍ରଦୀପ ପାଣିଗ୍ରାହୀ କିଭଳି କରିଛନ୍ତି ଠକେଇ, ସେସବୁର ଗୁମର ଫିଟିବ । ଅଧିକ ତନାଘନା ପାଇଁ ଖୁବ୍‌ଶୀଘ୍ର ପ୍ରଦୀପ ଓ ଆକାଶଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ।

ପାଠକ- ପିଟର- ପ୍ରଦୀପ। ଡେଭିଡ୍‌ ପିଟର ଖୋଲୁଛନ୍ତି ଜୁନିଅର ପାଠକଙ୍କ ଠକେଇ ପେଡ଼ି । ପିଟରଙ୍କୁ ଗୁପ୍ତସ୍ଥାନରେ କ୍ରାଇମ୍‌ବ୍ରାଞ୍ଚ୍‌ କରୁଛି ମାରାଥନ ଜେରା । ଆକାଶ ପାଠକ କେବଳ ଓଡ଼ିଶା ନୁହେଁ,  ସାରାଦେଶରେ କାୟା ମେଲାଇଛନ୍ତି । ଦିଲ୍ଲୀ, ବେଙ୍ଗାଲୁରୁ ଓ ବିହାରରେ ମଧ୍ୟ ଚାକିରିର ଲୋଭ ଦେଖାଇ କୋଟିକୋଟି ଟଙ୍କା ଲୁଟ୍‌ କରିଥିବା କ୍ରାଇମ୍‌ବ୍ରାଞ୍ଚ୍‌ ଜାଣିବାକୁ ପାଇଛି । ଆକାଶଙ୍କ ଜାଲ୍‌ ନେଟୱର୍କଙ୍କୁ ଡେଭିଡ ପିଟର ସମ୍ଭାଳୁଥିଲେ। କିଭଳି ଯୁବପିଢ଼ିଙ୍କୁ ଫାଶରେ ପକାଯିବ, ସେସବୁର ରୋଡ୍‌ମ୍ୟାପ ପ୍ରସ୍ତୁତ କରୁଥିଲେ ପିଟର। ଏମବିଏ ଓ ଇଞ୍ଜିନିୟରିଂ କଲେଜରୁ ତାଲିକା ହାତଉଥିଲେ ଫେକ୍ ପାଠକ ଗ୍ରୁପ୍‌ । ପ୍ଳେସ୍‌ମେଣ୍ଟ ନାଁରେ ଶିକ୍ଷିତ ଯୁବକ-ଯୁବତୀଙ୍କୁ କରୁଥିଲେ ଟାର୍ଗେଟ  । ସେମାନଙ୍କର ମୋବାଇଲ କିମ୍ବା ମେଲକୁ ବିଜ୍ଞାପନ ପଠାଇ ଆଶା ଦେଖାଇ ଠକୁଥିବା ତଦନ୍ତ ବେଳେ କ୍ରାଇମ୍‌ବ୍ରାଞ୍ଚ୍‌ ଜାଣିବାକୁ ପାଇଛି ।  ଏ ନେଇ ମତ ରଖିଛନ୍ତି ବରିଷ୍ଠ ଆଇନଜୀବୀ ।

ପ୍ରଦୀପ-ପାଠକ ସିଣ୍ଡିକେଟ ଖୋଲିବାକୁ କ୍ରାଇମବ୍ରାଞ୍ଚର ବ୍ଳୁ-ପ୍ରିଣ୍ଟ । ଜୁନିଅର ପାଠକଙ୍କ କାରାନାମର କଳାଫର୍ଦ୍ଦ ହଟାଇବାକୁ ରିମାଣ୍ଡରେ ଆଣିବ କ୍ରାଇମ୍‌ବ୍ରାଞ୍ଚ । ପ୍ରଦୀପ-ଆକାଶ କିଭଳି ଜାଲିଆତି ଓ ଠକେଇ କରିଛନ୍ତି, ସେସବୁର ଖୋଳତାଡ଼ ପାଇଁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବ ଟିମ୍‌ । ଆକାଶଙ୍କ ଜରିଆରେ ପ୍ରଦୀପ ପାଣିଗ୍ରାହୀ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିବା ପ୍ରମାଣ ପାଇଛି କ୍ରାଇମ୍‌ବ୍ରାଞ୍ଚ୍‌ର ସାଇବର ସେଲ୍ । ଆସନ୍ତାକାଲି କ୍ରାଇମ୍‌ବ୍ରାଞ୍ଚ୍‌ ଉଭୟଙ୍କୁ ରିମାଣ୍ଡରେ ନେବା ପାଇଁ ଯୋଜନା କରୁଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି । ଠକେଇ ମାମଲାରେ ପାଠକ-ପ୍ରଦୀପ ପରିବାର ସହ ଜଡିତ ଥିବା ବ୍ୟକ୍ତିଙ୍କୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ୍‌ ଘୋଷାଡିବ ।

Leave a Reply