ଚିପ୍ ଫେରାଇବା ପାଇଁ ମାନସ ଦାବି କରିଥିଲେ ୧୦ ହଜାର ଟଙ୍କା

Crime Branch Reveals Manas Demands 10 Thousand For Memory Chip

କଟକ: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ଶେଷ ଦିନରେ ଶର୍ମିଷ୍ଠା, ଝୁନା ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ । ଚିପ୍ ଫେରାଇବା ପାଇଁ ମାନସ ୧୦ ହଜାର ଦାବି କରିଥିଲେ ବୋଲି ରିମାଣ୍ଡ ବେଳେ କ୍ରାଇମବ୍ରାଞ୍ଚକୁ ତଥ୍ୟ ମିଳିଛି । ଜାନୁଆରୀ ୧୦ରୁ ଦୟାଲ ଆଶ୍ରମରେ ରହୁଥିଲେ ମାନସ । ଜାନୁଆରୀ ୩୦ ତାରିଖରେ ମାନସଙ୍କୁ ‘ସମ୍ପୂର୍ଣ୍ଣ’ ଅଫିସକୁ ଡାକି ଚିପ୍ ମାଗିଥିଲେ ଶର୍ମିଷ୍ଠା ଓ ନିରଞ୍ଜନ ସେଠୀ । ସେଠାରେ ତାଙ୍କୁ ନିର୍ଯାତନା ଦେଇଥିଲେ ।

Crime Branch Reveals Manas Demands 10 Thousand For Memory Chip

ସେଠାରୁ ମାନସଙ୍କୁ ଦୟାଲ ଆଶ୍ରମ ନେବା ପରେ କ୍ୟାମେରା ଛଡ଼ାଇ ନେଇଥିଲେ । ସେବେଠାରୁ ଦୟାଲ ଆଶ୍ରମ ଛାଡ଼ି ବାହାରେ ରହୁଥିଲେ ମାନସ । ଶର୍ମିଷ୍ଠାଙ୍କୁ ଚିପ୍ ଫେରାଇବା ପାଇଁ ମାନସ ୧୦ ହଜାର ଟଙ୍କା ଓ ତାଙ୍କ କ୍ୟାମେରା ଦେବାକୁ ଦାବି କରିଥିଲେ । ଫେବ୍ରୁଆରୀ ୫ ତାରିଖରେ ସହଯୋଗୀ ଦୀପକ ସହ ଏକ ବାହାଘର ସୁଟିଂ ପାଇଁ ଚାନ୍ଦବାଲି ଯାଇଥିଲେ ମାନସ । ସେଠାରୁ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ମାନସଙ୍କୁ ଅପହରଣ କରିବା ପରେ ଦୟାଲ ଆଶ୍ରମରେ ହତ୍ୟା କରି ନୟାଗଡ଼ରେ ପୋତି ଦେଇଥିଲେ ।

Crime Branch Reveals Manas Demands 10 Thousand For Memory Chip

ପୂର୍ବରୁ କ୍ରାଇମବ୍ରାଞ୍ଚ ମାନସ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ସହିତ ଝୁନା, ନିରଞ୍ଜନ ଓ ରଞ୍ଜନକୁ ୫ ଦିନିଆ ରିମାଣ୍ଡରେ ଆଣି ଜେରା କରିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ଶର୍ମିଷ୍ଠା ଓ ଝୁନାଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ବହୁ ତଥ୍ୟ ଆଦାୟ କରିଛି ।