ନିଯୁକ୍ତି ନାଁରେ କେତେ ଠକିଛ ? ପ୍ରଦୀପଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚର ସାଇବର ସେଲ୍

1 min read
Crime Branch Cyber Cell Questioned Pradip Panigrahi In Tata Motors Case

ଭୁବନେଶ୍ୱର: ଭାବି ଜ୍ୱାଇଁ ସହ ଜନ ଠକେଇ । ଜଣେ କି ଦୁଇ ଜଣ ନୁହେଁ ପୂରା ୬୮ ଜଣଙ୍କୁ ଠକିଥିବା ନେଇ ଅଭିଯୋଗ । ଦେଶରେ ଲକଡାଉନ୍ ଲାଗି ଥିବାବେଳେ ଭାବି ଜ୍ୱାଇଁ ସହ ମିଶି ଲୋକଙ୍କୁ ଠକୁଥିଲେ ଶ୍ୱଶୁର । ଜନଜୀବନ ଠପ୍ ହୋଇ ପଡ଼ିଥିବା ବେଳେ ଅନଲାଇନରେ ବୁଣିଥିଲେ ଠକେଇର ଜାଲ୍ । ଆକାଶ ପାଠକଙ୍କ ସହ ମିଶି ପ୍ରଦୀପ ପାଣିଗ୍ରାହୀ କେତେ ଜଣଙ୍କୁ ଲୁଟିଛନ୍ତି, କେତେ ଟଙ୍କା ନେଇଛନ୍ତି ? ପ୍ରଦୀପଙ୍କୁ ଏସବୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚର ସାଇବର ସେଲ୍ ।

ସରକାରୀ ବାସଭବନରୁ କ୍ରାଇମବ୍ରାଞ୍ଚର ସାଇବର ସେଲ୍ ପ୍ରଦୀପଙ୍କୁ ଥାନାକୁ ନେଇ ଜେରା କରୁଛି । ସାଇବର ଥାନାର କେସ୍ ନମ୍ବର ୨୬/୨୦୨୦ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେରା କରାଯାଉଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ପ୍ରଦୀପଙ୍କ ଭାବି ଜ୍ୱାଇଁ ଆକାଶ ପାଠକଙ୍କ ନାଁରେ ଟାଟା ମୋଟର୍ସ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଏତଲା ଦିଆଯାଇଥିଲା ।

Crime Branch Cyber Cell Questioned Pradip Panigrahi In Tata Motors Case

ଆକାଶ ପାଠକ ନିଜକୁ ଟାଟା ମୋଟର୍ସ ପୁନେ ପାସେଞ୍ଜର ଡିଭିଜନର ଏମଡି ପରିଚୟ ଦେଇ କାରବାର କରୁଥିଲେ । ଗଞ୍ଜାମର ପ୍ରାୟ ୬୮ ଜଣଙ୍କୁ ଟାଟା ମୋଟର୍ସର ନକଲି ନିଯୁକ୍ତି ପତ୍ର ଦେଇ ଠକିଥିବା ଅଭିଯୋଗ ହୋଇଥିଲା । ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚର ଟିମ୍ ୨ ଦିନ ଧରି ଛାନଭିନ୍ କରିଥିଲା । ଠକେଇର ଶିକାର ହୋଇଥିବା କିଛି ଲୋକ ସିଧାସଳଖ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟରେ ଟାଟା ମୋଟର୍ସରେ ଚାକିରି ପାଇ ଟଙ୍କା ଜମା କରିଥିବା ଅଭିଯୋଗ କରିଛନ୍ତି ।

Crime Branch Cyber Cell Questioned Pradip Panigrahi In Tata Motors Case

କେବଳ ପ୍ରଦୀପ ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଟଙ୍କା ନେଇଥିବା ଅଭିଯୋଗ ହୋଇଛି ତା ନୁହେଁ । ଭାବି ଜ୍ୱାଇଁ-ଶ୍ୱଶୁରଙ୍କ ଆକାଉଣ୍ଟ ମଧ୍ୟରେ ମଧ୍ୟ ଦେଣନେଣ ହୋଇଛି । ଏପରିକି କୌଣସି ଚାକିରି କରିନଥିବା ଆକାଶ ପାଠକଙ୍କ ଆକାଉଣ୍ଟରେ ରହିଛି ୧୪ କୋଟି ୭୭ ଲକ୍ଷ ଜମା ଟଙ୍କା । ଏସବୁ ଜମା ସ୍ରୋତର ଛାନଭିନ୍ ଲାଗି ଭିଜିଲାନ୍ସ ଇଡି ଓ ଆୟକର ବିଭାଗକୁ ଚିଠି ଲେଖିଛି । ଗିରଫ ଆକାଶ ପାଠକ ଓ ତାଙ୍କ ବାପା ଅଭୟକାନ୍ତ ପାଠକଙ୍କୁ ତିନିଦିନିଆ ରିମାଣ୍ଡରେ ନେଇ SIT ଜେରା କରୁଥିବା ବେଳେ ଆଜି ପ୍ରଦୀପଙ୍କୁ ପଚରାଉଚରା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ।

ଏଥିସହ ପଢ଼ନ୍ତୁ- ଟାଟା ମୋଟର୍ସ ନାଁରେ ଠକେଇ; ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ

Leave a Reply