ଟାଟା ମୋଟର୍ସ ନାଁରେ ଠକେଇ; ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ

1 min read

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ EOW ସ୍କାନରକୁ ଆସିଲେ ବିଜେଡିରୁ ନିଲମ୍ବିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଭାବି ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ପ୍ରଦୀପ ପାଣିଗ୍ରାହୀ ଲୋକଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଜି ପ୍ରଦୀପ ପାଣିଗ୍ରାହୀଙ୍କୁ ସରକାରୀ ବାସଭବନରୁ ପଚରାଉଚରା ଲାଗି ନେଇଥିବା ସୂଚନା ମିଳିଛି ।

 Crime Branch Interrogating Pradeep Panigrahi On Tata Motors Case

ନିଜକୁ ଟାଟା ମୋଟର୍ସ ଏମଡିର ପରିଚୟ ଦେଇ ପ୍ରଦୀପଙ୍କ ଭାବି ଜ୍ୱାଇଁ ଆକାଶ ୬୮ ଜଣଙ୍କୁ ନକଲି ନିଯୁକ୍ତି ପତ୍ର ଦେଇଥିଲେ । ଏଥିସହ ଟାଟା ମୋଟର୍ସ ମଧ୍ୟ କ୍ରାଇମବ୍ରାଞ୍ଚରେ ଆକାଶଙ୍କ ନାଁରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ୨ ଦିନ ଧରି ବ୍ରହ୍ମପୁରରେ ଯାଞ୍ଚ କରୁଥିଲା । ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସରେ କିଛି ଶିକ୍ଷିତ ଯୁବକ ଯୁବତୀଙ୍କ ଚାକିରି କରାଇବା ନାଁରେ ଭାବି ଜ୍ୱାଇଁଙ୍କ ସହଯୋଗରେ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । ଏପରିକି ଆକାଶ ଓ ପ୍ରଦୀପଙ୍କ ଆକାଉଣ୍ଟରେ ଟଙ୍କା ଦେଣନେଣ ହୋଇଥିଲା ।

 Crime Branch Interrogating Pradeep Panigrahi On Tata Motors Case

ପୂର୍ବରୁ ଆକାଶ ପାଠକଙ୍କୁ ଗିରଫ କରଯାଇଥିବା ବେଳେ ଏବେ ସେ SITର ରିମାଣ୍ଡରେ ଅଛନ୍ତି । ତଦନ୍ତ ବେଳେ ଆକାଶଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ । ଆକାଶଙ୍କ ଆକାଉଣ୍ଟରେ ହୋଇଥିବା ଆର୍ଥିକ କାରବାରର ତଦନ୍ତ ଲାଗି ଭିଜିଲାନ୍ସ ଇଡି ସହ ଆୟକର ବିଭାଗକୁ ଚିଠି ଲେଖିଛି ।

Leave a Reply