spot_img

Latest Posts

ଆଉ ମାତ୍ର ୧୩ ରନ୍‌ ହାସଲ କରିବା ପରେ ବିରାଟ କୋହଲି ହୋଇଯିବେ ଏହି ବଡ଼ ସଫଳତାର ଅଧିକାରୀ…

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଆରସିବି ଏପର୍ଯ୍ୟନ୍ତ ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ କିଛି ବିଶେଷ ପ୍ରଦର୍ଶନ କରିବାରେ ସକ୍ଷମ ହୋଇ ନାହିଁ। ଚଳିତ ବର୍ଷ IPLରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଆରସିବି ପରାଜୟର ସମ୍ମୁଖୀନ ହୋଇଛି। କୋହଲି କେକେଆର ବିପକ୍ଷରେ ମାତ୍ର ୫ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିବାବେଳେ ଚେନ୍ନାଇ ବିପକ୍ଷରେ ସେ ୫୩ ରନର ଚମତ୍କାର ଇନିଂସ ଖେଳିଥିଲେ।

ତେବେ ବିରାଟ ଏବେ ଟି -୨୦ କ୍ରିକେଟରେ ଏକ ବଡ଼ ସଫଳତା ହାତେଇବାକୁ ଯାଉଛନ୍ତି। କୋହଲି ଆଉ ମାତ୍ର ୧୩ ରନ୍‌ କରିଲେ ହୋଇଯିବ ଭାରତୀୟ ଭାବରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଯିଏକି ପ୍ରଥମ ଥର  ୧୦ ହଜାର ରନ୍ ପୂରଣ କରିବେ। ରବିବାର ଦିନ ସେ ସବୁଠାରୁ ସଫଳ ଆଇପିଏଲ୍ ଦଳ ତଥା ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ସହ ମୁହାଁମୁହିଁ ହେବେ।

କୋହଲି ବର୍ତ୍ତମାନ ୩୧୩ ଟି -୨୦ ମ୍ୟାଚରେ ୯ ହଜାର ୯୮୭ ରନ୍ କରିଛନ୍ତି। ଏପର୍ଯ୍ୟନ୍ତ କେବଳ ଚାରିଜଣ କ୍ରିକେଟର ଏହି ସଫଳତା ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଟି -୨୦ କ୍ରିକେଟରେ କ୍ରିସ ଗେଲ, କିରନ ପୋଲାର୍ଡ, ଶୋଏବ ମଲିକ ଏବଂ ଡେଭିଡ ୱାର୍ନର ୧୦ ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ୩୧୩ ଟି  ଟି -୨୦ ମ୍ୟାଚରେ କୋହଲି ଭାରତ ପାଇଁ ୯୦ ଟି ଆଇପିଏଲ୍ ମ୍ୟାଚ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ୨୦୧ଟି ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି।

କୋହଲି ଅନ୍ତର୍ଜାତୀୟ ସ୍ତରରେ ୩ ହଜାର ୧୫୯ ରନ୍ ସଂଗ୍ରହ କରିଥିବାବେଳେ ଆଇପିଏଲରେ ସେ ୬ ହଜାରରୁ ଅଧିକ ରନ୍ କରିଛନ୍ତି। ଟି -୨୦ କ୍ରିକେଟରେ କୋହଲିଙ୍କ ନାମରେ ୫ଟି ଶତକ ଏବଂ ୭୩ଟି ଅର୍ଦ୍ଧଶତକ ରହିଛି। ଯଦିଓ ଅନ୍ତର୍ଜାତୀୟ ସ୍ତରରେ ସେ ଏପର୍ଯ୍ୟନ୍ତ ଟି -୨୦ କ୍ରିକେଟରେ ଗୋଟିଏ ଶତକ ହାସଲ କରିବାରେ ସକ୍ଷମ ହୋଇନାହାଁନ୍ତି।

Latest Posts

Don't Miss