କରୋନା ପ୍ରଭାବ: ହାତବାନ୍ଧି ବସିଛନ୍ତି ବାଦ୍ୟ ଯନ୍ତ୍ର ତିଆରି କରୁଥିବା କାରିଗର

Craftsmen who make musical instruments have lost their livelihoods

ସାଲେପୁର: କରୋନା ଛଡ଼େଇ ନେଇଛି ଜୀବନ ଜୀବିକା  । ବାଦ୍ୟଯନ୍ତ୍ର ତିଆରି କରି  ପେଟ ପୋଷୁଥିବା ବାଦ୍ୟ କାରିଗର ହରାଇଛନ୍ତି ଅସ୍ତିତ୍ୱ । କରୋନା କଟକଣା  ବେଉସାରେ ଏକ ପ୍ରକାର ରୋକ ଲଗାଇଛି  । ମନ ବୁଝାଇବା ପାଇଁ ବାଦ୍ୟଯନ୍ତ୍ର ତିଆରି କଲେ ସୁଦ୍ଧା ଆଗଭଳି ଆଉ ଗ୍ରାହକଙ୍କ ଦେଖାନାହିଁ  । ଆଉ ଏବେ ପରିବାର ପ୍ରତିପୋଷଣ ଚିନ୍ତାରେ ସାଲେପୁରର ବାଦ୍ୟଯନ୍ତ୍ର କାରିଗର।

କାମ ପାଇଁ ଅର୍ଡର ମିଳିଛି, କିଛି କାମ ପୂରା ବି ହୋଇଛି  । ହେଲେ ଲକଡାଉନ, ସଟଡାଉନ ଯୋଗୁ ପହଞ୍ଚି ପାରୁନି ସାମଗ୍ରୀ  ।  କଟକ ସାଲେପୁର ସହରର ମୁଖ୍ୟ ବଜାରରେ ଥିବା ବାଦ୍ୟଯନ୍ତ୍ର କାରିଗର ଏଭଳି ଚିନ୍ତାରେ ରହିଛନ୍ତି। ଡୁବି,ତବଲା, ଢୋଲ ଆଦି ବାଦ୍ୟଯନ୍ତ୍ର ତିଆାରି କରି ପରିବାର ପ୍ରତିପୋଷଣ କରିନ୍ତି  ଏମାନେ । ବାହାର ରାଜ୍ୟରୁ କଞ୍ଚାମାଲ ଆଣି କାମ କରୁଥିବା କାରିଗର ଏବେ ହାତବାନ୍ଧି ବସିଛନ୍ତି  ।

କଞ୍ଚାମାଲ ଅଭାବରୁ ବେପାର ବନ୍ଦ ରହିଛି  । ପୂର୍ବରୁ ବାଦ୍ୟଯନ୍ତ୍ର ପାଇଁ କଳାକାରଙ୍କ ଲମ୍ବା ଲାଇନ୍ ଲାଗୁଥିଲା  । କିନ୍ତୁ ଏବେ କରୋନା କଟକଣା ଯୋଗୁ ସରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇଥିବାରୁ ଗ୍ରାହକଙ୍କ ଦେଖାନାହିଁ  ।

 

ଆଠ ରୁ ଦଶଟି ପରିବାର ଏକାଠି ହୋଇ ତିଆରି କରନ୍ତି ବାଦ୍ୟଯନ୍ତ୍ର । ଏଥିରୁ ଏମାନଙ୍କର ଗୁଜୁରାଣ ମେଣ୍ଟେ  । କେବେ ପରିସ୍ଥିତି ସୁଧୁରିବ ଆଉ ବେଉସା ପୂର୍ବ ପରି ହେବ ସେହି ଚିନ୍ତାରେ କାରିଗର ପରିବାର । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଅଣ୍ଟା ସଳଖି ଠିଆ ହେବା ବି କଷ୍ଟକର ହୋଇ ପଡିଛି  । ଏବେ ସରକାରଙ୍କ ସାହାଯ୍ୟ ଅପେକ୍ଷାରେ ମୃଦଙ୍ଗ କାରିଗର ।

Leave a Reply