୧୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ

ବ୍ରହ୍ମପୁର: ବ୍ରହ୍ମପୁରରେ ୧୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ, ୪ ଜଣ ଗିରଫ। ଦୀପାବଳି ପୂର୍ବରୁ ବ୍ରହ୍ମପୁର ସହରରେ ବେଆଇନ ବାଣ କାରବାର ବୃଦ୍ଧି ପାଇଛି । ଏସପି ଶ୍ରବଣ ବିବେକ ଏମଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଛି ଜୋରଦାର ଚଢ଼ାଉ । ବ୍ରହ୍ମପୁର ବଡ଼ ବଜାର ଥାନା ଅଞ୍ଚଳରେ ୪ଟି, ସଦର ଥାନା ଅଞ୍ଚଳରେ ଗୋଟିଓ ଓ ବୈଦ୍ୟନାଥପୁର ଥାନା ଅଞ୍ଚଳରେ ୨ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ବିପଜ୍ଜନକ ଭାବେ ଘର ଭିତରେ ଓ ଜନବସତି ଭିତରେ ଲୁଚାଇ ରଖାଯାଇଥିଲା ବିପୁଳ ପରିମାଣର ବାଣ ।  ପୋଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିବା ସହ ୧୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ କରିଛି । ଏମାନେ  ଅଗ୍ନିଶମ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନଠାରୁ ବାଣ ବ୍ୟବସାୟ ପାଇ ଲାଇସେନ୍ସ ପାଇ ନଥିବା ପୋଲିସ ସ୍ପଷ୍ଟ କରିଛି । ପୂର୍ବ ବର୍ଷ ଗୁଡ଼ିକରେ ମଧ୍ୟ ବାଣ ଜବତ କରାଯାଇଛି । ଏଠାରେ ବେଆଇନ ଭାବେ ବାଣ ବିକ୍ରି କମୁନଥିବାବେଳେ ବାରମ୍ବର ଆକ୍ସନକୁ ଆସୁଛି ପୋଲିସ ।