ଏଣିକି ପାସପୋର୍ଟ ସହ ଭାକ୍ସିନ ସାର୍ଟିଫିକେଟକୁ ଲିଙ୍କ କରାଯାଇପାରିବ

ନୂଆଦିଲ୍ଲୀ: ଏଣିକି ପାସପୋର୍ଟ ସହ ଭାକ୍ସିନ ସାର୍ଟିଫିକେଟକୁ ଲିଙ୍କ କରାଯାଇପାରିବ  । ଏନେଇ ଅନୁମତି ପ୍ରଦାନ କରିଛି କୋଓ୍ବିନ   । ଶିକ୍ଷା, ଚାକିରି ତଥା ଟୋକିଓ ଅଲିମ୍ପିକ ଲାଗି ଯିବାକୁ ଇଚ୍ଛୁକ ବ୍ୟକ୍ତି ଏହି ନିଷ୍ପତ୍ତି ଯୋଗୁ ଉପକୃତ ହେବେ । କିଛି ଦିନ ତଳେ ଏହି ବ୍ୟବସ୍ଥା କରିବା ଲାଗି ସରକାର ଘୋଷଣା କରିଥିଲେ । ଭାକ୍ସିନ ସାର୍ଟିଫିକେଟ ଓ ପାସପୋର୍ଟରେ କିଛି ଅମେଳ ରହିଲେ ମଧ୍ୟ ପାସପୋର୍ଟଧାରୀ କୋଓ୍ବିନରେ ଏହାର ସଂଶୋଧନ କରିପାରିବେ ।

ବର୍ତ୍ତମାନର ନିୟମ ଅନୁସାରେ କେବଳ ଟ୍ରାଭେଲ ଲାଗି ଭାକ୍ସିନେସନ ସାର୍ଟିଫିକେଟକୁ ପାସପୋର୍ଟ ସହ ଲିଙ୍କ କରିବା ବ୍ୟବସ୍ଥା କୋଓ୍ବିନ ପୋର୍ଟାଲରେ ରହିଛି । ନିଜର ଟିକାକରଣ ପ୍ରମାଣପତ୍ରରେ ବର୍ତ୍ତମାନ ଜଣେ ବ୍ୟକ୍ତି ନିଜର ପାସପୋର୍ଟ ନମ୍ବର ଅପଡେଟ କରିପାରିବେ । ନୂତନ କରି କେନ୍ଦ୍ର ସରକାର ଏପରି ନୂଆ ନିୟମ ଆରମ୍ଭ କରିଛନ୍ତି  ।

Leave a Reply