ମେ ମାସରୁ ଖୋଲା ବଜାରରେ ମିଳିବ କୋଭିସିଲ୍ଡ, ଜାଣନ୍ତୁ କେତେ ଦାମ …

ନୂଆଦିଲ୍ଲୀ: ବୁଧବାରଠୁ ଖୋଲା ବଜାରରେ ମିଳିବ ଟିକା । କୋଭିସିଲ୍ଡ ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ସେରମ ଇନଷ୍ଟଚ୍ୟୁଟ ଅଫ ଇଣ୍ଡିଆ ଟିକା ପ୍ରଦାନ କରିବ । ଟିକାର ଦାମ୍ କେତେ ରହିବ ସେନେଇ ମଧ୍ୟ ସ୍ପଷ୍ଟ କରିଛି କମ୍ପାନୀ । ଘରୋଇ ହସ୍ପିଟାଲରେ ଟିକାର ଦାମ ୬୦୦ ଟଙ୍କା ରହିଥିବାବେଳେ ସରକାରୀ ହସ୍ପିଟାଲରେ ଏହି ଦାମ ୪୦୦ ଟଙ୍କାରେ ମିଳିବ ।

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଲା ବଜାରରେ ଭ୍ୟାକ୍ସିନ ମିଳିବା ନେଇ ପ୍ରସ୍ତାବ ପ୍ରଦାନ କରିଥିଲେ  । ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିବା ସହ ଖୋଲା ବଜାରରେ ଚିକା ମିଳିବା ନେଇ ଅନୁମତି ଦେଇଥିଲେ  । ଗତକାଲି ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବା ଅବସରରେ ଏହି କଥା ଉଲ୍ଲେଖ କରିଥିଲେ  ।

ବଢୁଥିବା ସଂକ୍ରଣକୁ ଦୃଷ୍ଟିରେ ରଖି ଟିକା ଖୋଲା ବଜାରରେ ଉପଲବ୍ଧ ହେଉ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ  । ଆଜି ସେରମ ଇନଷ୍ଟଚ୍ୟୁଟ ଅଫ ଇଣ୍ଡିଆ କୋଭିସିଲ୍ଡ ଟିକାକୁ ଖୋଲା ବଜାରରେ ଦେବା ନେଇ ଘୋଷଣା କରିଛି  । ମେ ପ୍ରଥମ ସପ୍ତାହରେ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଟିକା ଉପଲବ୍ଧ କରାଯିବ ବୋଲି ନିଷ୍ପତ୍ତି କରାଯାଇଛି  । ଯାହାର ନୂଆ ଦାମ ମଧ୍ୟ ପ୍ରଦାନ କରିଛି କମ୍ପାନୀ  । ଘରୋଇ ହସ୍ପିଟାଲରେ ଏହି ଦାମ ୬୦୦ ଟଙ୍କା ରହିଛି ଏବଂ ସରକାରୀ ମେଡିକାଲରେ ଭ୍ୟକ୍ସିନର ମୂଲ୍ୟ ୪୦୦ ଟଙ୍କା ଧାର୍ଯ୍ୟ କରିଛି ସେରମ ଇନଷ୍ଟଚ୍ୟୁଟ ଅଫ ଇଣ୍ଡିଆ  ।

Leave a Reply