ନୂଆ ନୁହେଁ କରୋନା ଭାଇରସ, ୨୧ ବର୍ଷ ତଳେ ଥିଲା ଭୂତାଣୁ

1 min read

ନୂଆଦିଲ୍ଲୀ: କରୋନା ଭାଇରସ ନୂଆ ନୁହଁ । ୨୧ ହଜାର ବର୍ଷ ପୂର୍ବେ ଏହି ଭୂତାଣୁ ବି ଚଳାଇଥିଲା ତାଣ୍ଡବଲୀଳା । ସାଲଭେକୋଭାଇରସ ନାମରେ ଏହି ଭୂତାଣୁ ଅତିପ୍ରାଚୀନ କାଳରେ ନିଜର ସ୍ଥିତି ଜାହିର କରିଥିଲା ବୋଲି କରେଣ୍ଟ ବାୟୋଲୋଜି ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି । କରୋନା ଭାଇରସର ସମୟକାଳ ଯେତେ ବର୍ଷ ବୋଲି ଆକଳନ କରାଯାଉଥିଲା ତାହାର ୩୦ ଗୁଣ ଅଧିକ ସମୟ କାଳରେ ଅର୍ଥାତ ୨୧ହଜାର ବର୍ଷ ତଳେ ରହିଥିଲା । ଏହା ବି କୁହାଯାଇଛି ପାଲିଓଲିଥିକ କାଳ ଅର୍ଥାତ ୨୫ ଲକ୍ଷ ବର୍ଷ ପୂର୍ବେ ଏହି ଭୂତାଣୁ ବିଭିନ୍ନ ପ୍ରାଣୀରୁ ମଣିଷ ନିକଟକୁ ଆସିଥିଲା ।

ଏହି ଭାଇରସ ହଜାର ହଜାର ବର୍ଷ ଧରି ବିଭିନ୍ନ ଭାବେ ନିଜକୁ ପରିକଳ୍ପିତ କରି ରହିଥିଲା । ଦ୍ରୁତ ବିବର୍ତ୍ତାନିକ ପ୍ରକ୍ରିୟାରେ ନିଜର କୌଣସି ପରିବର୍ତ୍ତନ ନ ଘଟାଇ ଏହି ଭୂତାଣୁ ରହିପାରିଛି ବୋଲି ଗବେଷଣାରେ କୁହାଯାଇଛି । ଏହି ଭାଇରସ ପ୍ରକୃତରେ କେତେ ବର୍ଷ ପୁରୁଣା ସେନେଇ ଗବେଷକମାନେ ଏକ ଦୀର୍ଘକାଳୀନ ଟାଇମସ୍କେଲ ପ୍ରସ୍ତୁତ କରିଛନ୍ତି । ବିବର୍ତ୍ତାନିକ ଆପେକ୍ଷିକତାକୁ ନେଇ ଏହି ସମୟକାଳ ନିରୂପିତ ହୋଇଛି । ୨୧ହଜାର ବର୍ଷ ପୂର୍ବେ ମଣିଷ ସମାଜ ଏହି ଭାଇରସ ଦ୍ବାରା ସଂକ୍ରମିତ ହୋଇଥିଲେ । ଯାହାକି ହ୍ୟୁମାନ ଜିନୋମ ଡାଟାସେଟରୁ ଜଣାଯାଇଛି ବୋଲି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକ ମହନ ଘଫାରି କହିଛନ୍ତି ।

ତେବେ ଏହି ଗବେଷଣାରେ ପ୍ରାଚୀନ ଓ ବର୍ତ୍ତମାନର ଭୂତାଣୁ ମଧ୍ୟରେ ପାର୍ଥକ୍ୟ ବାରି ହୋଇପାରିନାହିଁ । ଗବେଷଣାରେ ଆରଏନଏ ଓ ଡିଏନଏର ବିବର୍ତ୍ତାନିକ ଇତିହାସ ସମ୍ପର୍କରେ ଜଣାପଡିଛି । ସେହିପରି ଯକୃତ ରୋଗର କାରଣ ସାଜୁଥିବା ହେପାଟାଇଟିସ-ସି ଭାଇରସ ବି ପ୍ରାୟ ୫ ଲକ୍ଷ ବର୍ଷ ତଳେ ଥିଲା ବୋଲି ଗବେଷଣାରେ କୁହାଯାଇଛି । ଆଫ୍ରିକା ମହାଦେଶ ବାହାରେ ପ୍ରାୟ ଦେଢ ଲକ୍ଷ ବର୍ଷ ତଳେ ବିକଶିତ ମାନବ ସଭ୍ୟତାରେ ଏହି ଭୂତାଣୁ ପରିବ୍ୟାପ୍ତ ହୋଇଥିଲା ବୋଲି କୁହାଯାଇଛି ।

Leave a Reply