spot_img

Latest Posts

ତୃତୀୟ ପ୍ରବାହରେ ଅଧା ହୋଇପାରେ ସଂକ୍ରମଣ

ନୂଆଦିଲ୍ଲୀ: କୋଭିଡ ତୃତୀୟ ପ୍ରବାହକୁ ନେଇ ଆସିଲା ଗୁରୁତ୍ୱ ପୂର୍ଣ୍ଣ ସୂଚନା। ତୃତୀୟ ପ୍ରବାହ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରଥମ ପ୍ରବାହ ଭଳି ହେବ। ଅର୍ଥାତ ଦ୍ୱିତୀୟ ପ୍ରବାହ ତୁଳନାରେ ଏହା ବହୁତ କମ୍ ରହିବ। ଏଭଳି ସୂଚନା ଦେଇଛନ୍ତି କୋଭିଡ ପ୍ୟାନେଲର ବୈଜ୍ଞାନିକ ମନୀନ୍ଦ୍ର ଅଗ୍ରୱାଲ।

ଅଗ୍ରୱାଲ କହିଛନ୍ତି ଯେ ଲୋକଙ୍କ ଭିତରେ ପ୍ରତିରୋଧକ ଶକ୍ତିର ଅଭାବ, ଟିକାଦାନ ପ୍ରକ୍ରିୟା ଓ ପ୍ରଭାବଶାଳୀ ଭାରିଆଣ୍ଟ ଯୋଗୁ ବର୍ତ୍ତମାନ ସଂକ୍ରମଣ ସଂଖ୍ୟା ଅଧକ ରହିଛି। ଆସନ୍ତା ଅକ୍ଟୋବର- ନଭେମ୍ବର ବେଳକୁ କୋଭିଡ ସଂକ୍ରମଣ ସର୍ବୋଚ୍ଚ ସ୍ତରକୁ ଯାଇପାରେ। ମାତ୍ର ବର୍ତ୍ତମାନ ଯେଉଁ ସଂଖ୍ୟାରେ ସଂକ୍ରମଣ ଚାଲିଛି ତାହାର ଅଧା ହେବ। ତେବେ ତୃତୀୟ ପ୍ରବାହରେ ସଂକ୍ରମଣ ପୂର୍ବ ତୁଳନାର ଅଧିକ ଗତିଶୀଳ ହେବ।

ଦେଶରେ କରୋନା ସଂକ୍ରମଣର ଗାଣିତିକ ପରିସଂଖ୍ୟାନ ନେଇ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ଗଠିତ ପ୍ୟାନେଲର ବୈଜ୍ଞାନିକ ଅଗ୍ରୱାଲ ଆହୁରି କହିଛନ୍ତି ଯେ ଅଗଷ୍ଟ ସୁଦ୍ଧା ଦେଶରେ ଜନଜୀବନ ସ୍ବାଭାବିକ ହୋଇପାରେ ବୋଲି ଆଶା କରାଯାଉଛି। ଅନ୍ୟ କୌଣସି ମ୍ୟୁଟାଣ୍ଟ ଆସିବାର ସମ୍ଭାବନା ଦିଶୁନାହିଁ। ଅନ୍ୟ ଏକ ଆକଳନରୁ ବି କୁହାଯାଇଛି ଯେ ଆସନ୍ତା ଅଗଷ୍ଟରେ ୨୫ ପ୍ରତିଶତ ଅଧିକ ସଂକ୍ରମଣଶୀଳ ମ୍ୟୁଟାଣ୍ଟ ଆସିବାର ସମ୍ଭାବନା ରହିଛି । ମାତ୍ର ଏହା ଡେଲଟା ପ୍ଲସ ହୋଇ ନପାରେ ବୋଲି ସେ କହିଛନ୍ତି।

ଅନ୍ୟ ଏକ ଆକଳନ ଅନୁସାରେ ତୃତୀୟ ପ୍ରବାହରେ ଦେଶରେ ସଂକ୍ରମଣ ସଂଖ୍ୟା ଦେଢ଼ ଲକ୍ଷରୁ ୨ ଲକ୍ଷ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।

Latest Posts

Don't Miss