ଆଜିଠୁ ଦେଶବ୍ୟାପୀ କରୋନା ଟିକାର ଡ୍ରାଏ ରନ୍: ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇଛି ବ୍ୟବସ୍ଥା

ନୂଆଦିଲ୍ଲୀ:ଖୁବଶୀଘ୍ର ଦେଶବାସୀଙ୍କୁ ମିଳିବ କରୋନା ଟିକା  । ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର  । ଟିକାକରଣକୁ ସୁନିଶ୍ଚିତ କରିବା ପାଇଁ ଦେଶରେ ଆଜିଠୁ ଆରମ୍ଭ ହେଉଛି ଟିକାର ଡ୍ରାଏ ରନ  । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଡ୍ରାଏ ରନ୍ ହେଉଛି । ଭ୍ୟାକସିନର ଷ୍ଟୋରେଜ୍, ବିତରଣ ଓ ଟିକାକରଣର ପ୍ରକ୍ରିୟା ଡ୍ରାଏ ରନର ମୁଖ୍ୟ ଲକ୍ଷ୍ୟ । ପୂର୍ବରୁ ପଞ୍ଜାବ, ଆସାମ, ଗୁଜରାଟ ଓ ଆନ୍ଧ୍ରପଦେଶରେ ଟିକାକରଣ ପ୍ରକ୍ରିୟାର ଡ୍ରାଏ ରନ୍‌ ଶେଷ ହୋଇଛି । ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ  ।

ତେବେ କରୋନା ଟିକାର ଡ୍ରାଏରନ୍ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରସ୍ତୁତି କରାଯାଇଛି । କ୍ୟାପିଟାଲ ହସ୍‌ପିଟାଲ୍‌ ସମେତ ରାଜ୍ୟର ୩୦ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଡ୍ରାଏରନ୍‌ କରାଯିବ । ପ୍ରତି ଟିକାକରଣ କେନ୍ଦ୍ରରେ ୨୫ ଜଣ ସ୍ବାସ୍ଥ୍ୟକର୍ମୀ ସାମିଲ ହେବେ । କେନ୍ଦ୍ରରେ ଜଣେ ଭାକ୍ସିନେଟରଙ୍କୁ ମିଶାଇ ୫ଜଣିଆ ଟିମ୍‌ ରହିବେ । କୋଭିଡ୍‌ ଗାଇଡ୍‌ଲାଇନ ପାଳନ କରି ଟିକା ଦିଆଯିବ । ଟିକା ଦେବା ପାଇଁ ପରିଚୟପତ୍ର ଯାଞ୍ଚ ପରେ ଭକ୍ସିନେଟରଙ୍କ ପାଖକୁ ପଠାଯିବ । ଭାକ୍ସିନ ନେବା ପରେ ୩୦ମିନିଟ  ଅବଜର୍ଭେସନରେ ରହିବେ । ଟିକାକରଣ ପାଇଁ ୨୧ ଲକ୍ଷ ସିରିଞ୍ଜ ଆସିଛି  । ଟିକା ଆସିଲେ ପ୍ରଥମେ ରାଜ୍ୟ ଷ୍ଟୋର ଏବଂ ପରେ ୯ଟି ଆଞ୍ଚଳିକ ଟିକା ଷ୍ଟୋର ଓ ତା’ପରେ ୩୨ଟି ଟିକା ଷ୍ଟୋରକୁ ପଠାଯିବ । ସେଠାରୁ ୧ ହଜାର ୨୨୨ଟି କୋଲ୍‌ଡ ଚେନ ପଏଣ୍ଟକୁ ପଠାଯିବ । ସେଠାରୁ ଯିବ ୨୯ ହଜାର ୨୭୨ ସେସନ ସାଇଟ୍‌କୁ । ଏହାପରେ ଟିକା ଦିଆଯିବ  । ରେଜିଷ୍ଟ୍ରେସନ ଲିଙ୍କ ଆସିବା ପରେ ସବୁ ଜିଲ୍ଲାରେ ଆରମ୍ଭ ହେବ ଡ୍ରାଏରନ । ସବୁ ଭଲ୍ୟୁଣ୍ଟରଙ୍କ ନାଁ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ ହୋଇଛି । ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ସରିଥିବା ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ସ୍ବେଚ୍ଛାସେବୀଙ୍କ ଆଧାର ନମ୍ବର ଦେଖି ଡ୍ରାଏରନ କରାଯିବ ।

ଏଥିସହିତ ପଢ଼ନ୍ତୁ: କରୋନା ଟିକାକରଣକୁ ନେଇ ଆପଣଙ୍କ ମନରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ପଢ଼ନ୍ତୁ…

Leave a Reply