କରୋନା ଟିକାକରଣକୁ ନେଇ ଆପଣଙ୍କ ମନରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ପଢ଼ନ୍ତୁ…

1 min read
Corona Vaccine Question Answers Know All About Vaccination Drive

ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ଖୁସି ଖବର । ନୂତନ ବର୍ଷର ପ୍ରଥମ ଦିନରେ କରୋନା ଭ୍ୟାକ୍ସିନକୁ ଅନୁମତି ଦେଇଛନ୍ତି ଭାରତ ସରକାର । ଡିସିଜିଆଇ ପକ୍ଷରୁ ଅକ୍ସଫୋର୍ଡ-ଏଷ୍ଟ୍ରାଜେନକାର କୋଭିସିଲ୍ଡ ଭ୍ୟାକ୍ସିନକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । କୋଭିସିଲ୍ଡକୁ ପୂର୍ବରୁ ବ୍ରିଟେନ୍ ଓ ଆର୍ଜେଣ୍ଟିନା ଅନୁମତି ଦେଇଥିବା ବେଳେ ଭାରତର ତୃତୀୟ ଦେଶ ଭାବେ ଅନୁମତି ଦେଇଛି । ତେବେ, ଟିକାକରଣ କେମିତି ହେବ, କାହାକୁ ମିଳିବ ଭ୍ୟାକ୍ସିନ୍ ? ଆସନ୍ତୁ ଜାଣିବା…

କଣ ସମସ୍ତଙ୍କୁ ଦିଆଯିବ ଟିକା ?

ଭାରତ ସରକାରଙ୍କ ଅନୁସାରେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମଚାରୀଙ୍କୁ ଟିକା ଦିଆଯିବ । ପରେ ୫୦ ବର୍ଷ ବୟସ୍କରୁ ଅଧିକ ଏବଂ ୫୦ ବର୍ଷରୁ କମ ବୟସ୍କର (ରୋଗାକ୍ରାନ୍ତଙ୍କୁ) ଟିକା ଦିଆଯିବ ।

କଣ ଭ୍ୟାକ୍ସିନ୍ ନେବା ଜରୁରୀ ?

କୋଭିଡ୍ ଟିକା ନେବା ନିଜସ୍ୱ ଇଚ୍ଛାଧୀନ । ତେବେ, ନିଜର ସୁରକ୍ଷା ପାଇଁ ଭ୍ୟାକ୍ସିନର ପୂରା ଡୋଜ୍ ନେବାକୁ ପରାମର୍ଶ ଦିଆଯାଉଛି । ଫଳରେ ପରିବାର, ବନ୍ଧୁବର୍ଗଙ୍କୁ ସଂକ୍ରମଣରୁ ରକ୍ଷା କରାଯାଇ ପାରିବ ।

ଭ୍ୟାକ୍ସିନ୍ କେତେ ସୁରକ୍ଷିତ ?

ଦେଶରେ ଟିକାକୁ ଅନୁମୋଦନ ନିର୍ଦ୍ଦିଷ୍ଟ ନିୟମ, ମାନଦଣ୍ଡ ପୂରଣ ହେବା ପରେ ଦିଆଯାଇଥାଏ ।

କରୋନା ସଂକ୍ରମିତଙ୍କୁ ଦିଆଯିବ କି ଟିକା ?

କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ ଟିକା ଦେବା ଦ୍ୱାରା ଟିକାକରଣ କେନ୍ଦ୍ରରେ କରୋନା ସଂକ୍ରମଣର ଡର ରହୁଛି । ଏଥିପାଇଁ ସଂକ୍ରମିତଙ୍କୁ ୧୪ ଦିନ ଲାଗି ଟିକାକରଣରୁ ଦୂରେଇ ରହିବା ଉଚିତ୍ ।

କରୋନାରୁ ସୁସ୍ଥ ହୋଇଥିଲେ ଭ୍ୟାକ୍ସିନ୍ ଜରୁରୀ ?

ହଁ, ପୂର୍ବରୁ କରୋନାରୁ ସୁସ୍ଥ ହୋଇଥିଲେ ବି ଆପଣଙ୍କୁ ଟିକାର ପୂରା ଡୋଜ୍ ନେବାକୁ ପଡ଼ିବ । ଏହା ଆପଣଙ୍କ ଶରୀରରେ କରୋନା ବିରୋଧରେ ମଜଭୁତ୍ ଇମ୍ୟୁନିଟି ସୃଷ୍ଟି କରିବ ।

କେମିତି ଜାଣିବେ ଭ୍ୟାକ୍ସିନ୍ ପାଇଁ ଯୋଗ୍ୟ ?

ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମଚାରୀଙ୍କୁ ଭ୍ୟାକ୍ସିନ୍ ଦିଆଯିବ । ପରେ ଉପଲବ୍ଧତା ଆଧାରରେ ୫୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯିବ । ଭ୍ୟାକ୍ସିନ୍ ପାଇଁ ଯୋଗ୍ୟ ଲୋକଙ୍କୁ ସେମାନଙ୍କ ରେଜିଷ୍ଟର୍ଡ ମୋବାଇଲ୍ ନମ୍ବରରେ ସୂଚନା ଦିଆଯିବ । ସେମାନଙ୍କୁ ଜଣାଇ ଦିଆଯିବ ଭ୍ୟାକ୍ସିନ୍ କେଉଁଠି ଓ କେଉଁ ସମୟରେ ଦିଆଯିବ ।

SIIରୁ କେମିତି ଦେଶରେ ଦିଆଯିବ ଟିକା ?

ଭ୍ୟାକ୍ସିନ୍ ପ୍ରସ୍ତୁତ ପରେ ପ୍ୟାକ୍ କରାଯିବ । ଭ୍ୟାକ୍ସିନକୁ ବନ୍ଦ କରିବା ପରେ ଡ୍ରାଏ ଆଇସ୍ କରାଯିବ । ପରେ ଫ୍ରିଜର ଟ୍ରକରେ ଭ୍ୟାକ୍ସିନକୁ ଦେଶର ଅଲଗା ଅଲଗା ସହରକୁ ପଠାଯିବ । ଭ୍ୟାକ୍ସିନକୁ ସରକାରୀ କୋଲ୍ଡ ଷ୍ଟୋରେଜରେ ରଖାଯିବ ।

ଗୋଟିଏ ଶିଶିରୁ କେତେ ଲୋକଙ୍କୁ ଟିକା ?

ସିରମ ଇନଷ୍ଟିଚ୍ୟୁଟ୍ ଟିକା ଶିଶିରେ ଆସିବ । ଗୋଟିଏ ଶିଶିରୁ ୧୦ ଡୋଜ୍ ଦିଆଯାଇ ପାରିବ । ଯାହାକୁ ଥରେ ଖୋଲିବା ପରେ ୪ରୁ ୫ ଘଣ୍ଟା ମଧ୍ୟରେ ବ୍ୟବହାର କରାଯିବ । ଅର୍ଥାତ୍ ଗୋଟିଏ ଶିଶିରୁ ୫ ଜଣଙ୍କୁ ଟିକା ଦିଆଯାଇ ପାରିବ ।

ଟିକାର ପାର୍ଶ୍ୱ ପ୍ରତିକ୍ରିୟା ?

ଟ୍ରାଏଲ୍ ବେଳେ ଟିକା ନେଇଥିବା କେତେକ ଲୋକଙ୍କ ଠାରେ ଶରୀରରେ ହାଲୁକା ଦରଜ ଏବଂ ଜର ହୋଇଥିବା କୁହାଯାଇଥିଲା । ଯାହାକି ସାଧାରଣ ଔଷଧରେ ଠିକ୍ ହୋଇଯାଇଥିଲା । ତେଣୁ କୋଭିସିଲ୍ଡର ସେମିତି ବଡ଼ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି କୁହାଯାଉଛି ।

ଗୋଟିଏ ଡୋଜ୍ ନେଲେ କଣ ହେବ ?

ସିରମ୍ ଇନଷ୍ଟିଚ୍ୟୁଟ୍ ଅନୁସାରେ, ଲୋକଙ୍କୁ ଟିକାର ୨ଟି ଡୋଜ୍ ନେବାକୁ ପଡ଼ିବ । ଟିକାର ଗୋଟିଏ ଡୋଜରୁ ସୁରକ୍ଷା ମିଳିବ ନାହିଁ । ପ୍ରଥମ ଡୋଜର ୨ ମାସ ପରେ ଟିକାର ଦ୍ୱିତୀୟ ଡୋଜ୍ ନେବା ଉଚିତ୍ । ୨ଟି ଡୋଜ୍ ନେଲେ ଭ୍ୟାକ୍ସିନର ଫାଇଦା ଦୀର୍ଘ ସମୟ ଯାଏ ମିଳିବ ।

କେତେ ରହିବ ଦାମ ?

ଟିକାର ଗୋଟିଏ ଡୋଜ୍ ୨୦୦ ଟଙ୍କା ଅର୍ଥାତ୍ ୨ଟି ଡୋଜକୁ ୪୦୦ ଟଙ୍କା ପଡ଼ିବ । ତେବେ, ଏହା ସରକାରୀ ଦର । କାରଣ ସରକାର ସିରମ ଠାରୁ ଭ୍ୟାକ୍ସିନର ଏକାଧିକ ଡୋଜ୍ କିଣିବେ ।

ଏଥିସହ ପଢ଼ନ୍ତୁ- ନୂଆବର୍ଷରେ ଦେଶକୁ ମିଳିଲା ପ୍ରଥମ କରୋନା ଭ୍ୟାକ୍ସିନ୍, ଜାଣନ୍ତୁ କୋଭିସିଲ୍ଡକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ…

Leave a Reply