ଦେଶରେ ଲଗାତାର ଭାବେ ୫୦ ହଜାର ତଳେ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କରୋନା ଗ୍ରାଫ୍ । ଲଗାତାର ଭାବେ ୫୦ ହଜାର ତଳେ ରହୁଛି ସଂକ୍ରମଣ । ଦେଶରେ ଦିନକରେ ଆଉ ୪୬ ହଜାର ୨୫୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କରୋନାରେ ଆଉ ୫୧୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶେରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୩ ହଜାର ୬୧୧ରେ ପହଞ୍ଚିଛି । ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୩ ଲକ୍ଷ ପାର ହୋଇଛି । ଏବେବି ସାରାଦେଶରେ ୫ ଲକ୍ଷ ୩୩ ହଜାର ୭ଶହ ୮୭ ନୂଆ ସକ୍ରିୟ ମାମଲା ଥିବା ବେଳେ, ୭୬ ଲକ୍ଷ ୫୬ ହଜାର ୪୭୮ ଆକ୍ରାନ୍ତ ସୁସ୍ଥ ହେଲେଣି ।

ମହାରାଷ୍ଟ୍ର କରୋନା ସଂକ୍ରମଣ

ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପ୍ରତ୍ୟେକ ଦିନ ଶହେ ଉପରେ ରହୁଛି । କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା କମିବା ସହ ସୁସ୍ଥତା ହାର ବୃଦ୍ଧି ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ହୋମ ଆଇସୋଲେସନରେ ରହୁଥିବା ୭.୩୮ ଲୋକ ସଂକ୍ରମଣରୁ ବାହାରି ସାରିଲେଣି ।

ରାଜ୍ୟରେ ମଙ୍ଗଳବାରରେ ୧୨୦ ଆକ୍ରନ୍ତଙ୍କ ମୃତ୍ୟୁ ହୋଇଛି  । ଏବଂ ସୋମବାର ଦିନ ୧୦୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନାରେ ଏପର୍ଯ୍ୟନ୍ତ ୪୪ହଜାର ୨୪୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବୁଧବାର ଦିନ ରାଜ୍ୟରେ ୪,ହଦାର ୯୦୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬ଲକ୍ଷ ୯୨ହଜାର ୬୯୩ ରହିଛି । ତେବେ ରାଜ୍ୟରେ ସୁସ୍ଥତା ହାର ୯୦.୩୧ ରହିଛି ।  ସୂଚନା ଅନୁସାରେ, ସମ୍ପୂର୍ଣ୍ଣ ବିଶ୍ୱରେ ୪.୭୩ କୋଟି ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏବଂ ୧ଲକ୍ଷ ୨୧୧ହଜାର ୯୯୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Leave a Reply