ଖୁସି ଖବର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା, ଚିହ୍ନଟ ହେଉଛନ୍ତି କମ୍ ସଂଖ୍ୟକ ସଂକ୍ରମିତ

ଭୁବନେଶ୍ୱର: କରୋନା ସଂକ୍ରମଣରେ ରୋକ ଲଗାଇବାକୁ ସଫଳ ହେଉଛି ରାଜ୍ୟ । ଏବେ ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତକାଲିଠାରୁ ନିୟନ୍ତ୍ରଣକୁ ଆସିଛି କରୋନା । ରାଜ୍ୟରେ ଲଗାତାର ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି ସତ କିନ୍ତୁ କରୋନା ସଂକ୍ରମଣ ହ୍ରାସ ପାଉଥିବା ଜଣା ପଡ଼ିଛି । କାରଣ ରାଜ୍ୟରେ କରୋନା ଟେଷ୍ଟିଂ ବଢୁଛି କିନ୍ତୁ କମ୍ ସଂଖ୍ୟକ ପଜିଟିଭ ଚିହ୍ନଟ ହେଉଛନ୍ତି ।

ପୂର୍ବରୁ କମ୍ ଟେଷ୍ଟିଂ ଥିବା ବେଳେ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ଅଧିକ ଟେଷ୍ଟିଂରେ କମ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହା କରୋନା କାଳରେ ଖୁସି ଖବର ସାବ୍ୟସ୍ତ ହୋଇଛି । ବର୍ତ୍ତମାନ ୫୦ ହଜାର ନମୁନା ପରୀକ୍ଷାରୁ ୨୨୪୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।

ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ,  ଦୁଇ ଦିନ ମଧ୍ୟରେ ରାଜ୍ୟରେ ଏକ ଲକ୍ଷରୁ ଅଧିକ ଟେଷ୍ଟିଂ କରାଯାଇଛି। ଏପର୍ଯ୍ୟନ୍ତ ମୋଟ୍ ୧୦ ଲକ୍ଷ ଟେଷ୍ଟ ହୋଇସାରିଛି। ଯାହାକି ରାଜ୍ୟ ସରକାରଙ୍କ ପାଇଁ ମାଇଲଷ୍ଟୋନ୍ ପାଲଟିଛି । ଓଡ଼ିଶାରେ ପଜିଟିଭଙ୍କ ସଂଖ୍ୟା ଗୋଟିଏ ମାସରେ ୯ ଦଶମିକ ୨ ପ୍ରତିଶତରୁ ୫.୫ ପ୍ରତିଶତକୁ କମିଛି । ୨ ଦିନରେ ଗଞ୍ଜାମ ଜିଲ୍ଲାରେ ୧୪ହଜାର ୯୫୩ ଟେଷ୍ଟ ହୋଇଛି । ଏହା ଦେଶର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ । ଗଞ୍ଜାମରେ ପଜିଟିଭ ହାର ୩.୬% କମିଛି । ପୂର୍ବ ସପ୍ତାହକୁ ଦେଖିଲେ ଗଞ୍ଜାମରେ ପରିସ୍ଥିତିର ସୁଧାର ଆସିଛି । କରୋନାଜନିତ ମୃତ୍ୟୁହାର କମି ଏବେ ୦.୫୮ ପ୍ରତିଶତ ରହିଛି । ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି କରୋନା ଚିକିତ୍ସା ସଂପୂର୍ଣ୍ଣ ମାଗଣା ରହିଛି।

Leave a Reply