ଦୀର୍ଘ ୬ମାସ ବନ୍ଦ ରହିବାପରେ କଟକଣା ମଧ୍ୟରେ ଖୋଲୁଛି ସିନେମାହଲ୍

1 min read

ନୂଆଦିଲ୍ଲୀ: ଆଜିଠୁ ଦେଶରେ କଟକଣାରେ ଖୋଲୁଛି ସିନେମା ହଲ୍ ।  କରୋନା ଭାଇରସ୍ ମହାମାରୀ ମଧ୍ୟରେ ଅନଲକ୍-୫ ଅଧୀନରେ ଦିଆଯାଇଥିବା କୋହଳତା ଆଜିଠାରୁ ବଳବତ୍ତର ହେଉଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଥିଲା ଯେ ଅକ୍ଟୋବର ୧୫ ପରେ ସିନେମା ହଲ୍, ମନୋରଞ୍ଜନ ପାର୍କ, ସୁଇମିଂ ପୁଲ୍ ଖୋଲିବାକୁ ଅନୁମତି ଦିଆଯିବ । ଆଜିଠାରୁ ଦେଶର ୧୦ଟି ରାଜ୍ୟ ଏବଂ ୪ଟି ୟୁନିଅନର ମଲ୍ଟିପ୍ଲେକ୍ସ ଖୋଲୁଛି । ଗୁରୁବାର ଠାରୁ ଏହାର ୪୮୭ଟି ପରଦାରେ ଫିଲ୍ମ ଦେଖିପାରିବେ  ଦର୍ଶକ ।

କରୋନା ପାଇଁ ଦୀର୍ଘ ୬ମାସ ବନ୍ଦ ରହିବାପରେ  କଟକଣାରେ ସିନେମାହଲ୍ ଖୋଲିବା ପାଇଁ ସରକାର ଅନୁମତି ଦିଆଯାଇଛି  । ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ହଲଗୁଡ଼ିକ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ୫୦ ପ୍ରତିଶତ କ୍ଷମତା ସହ  ସିନେମାହଲ୍, ଥିଏଟର ଓ ମଲ୍ଟି ପ୍ଲେକ୍ସ ଖୋଲାଯିବ । ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି  । ହଲକୁ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ସାନିଟାଇଜ୍ ସହିତ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ  । ହଲ୍ ମଧ୍ୟକୁ ପ୍ୟାକେଟ୍ ଖାଦ୍ୟ ନେବାକୁ ଅନୁମତି ଦିଆଯାଇଛି  । ତେବେ ଓଡ଼ିଶାରେ ସିନେମା ହଲ୍ ଖୋଲିବାକୁ ସରକାର ଅନୁମତି ଦେଇନାହାନ୍ତି  ।

Leave a Reply