spot_img

Latest Posts

ମୋଦି କହିଲେ ଆର୍ଥନୀତି ଉପରେ ପ୍ରଭାବ ପଡ଼ିଛି କିନ୍ତୁ ଦେଶବାସୀଙ୍କ ଜୀବନ ଅଧିକ ମୂଲ୍ୟବାନ

ନୂଆଦିଲ୍ଲୀ: କରୋନା ଭୂତାଣୁ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ପୁଣି ଥରେ ଲକଡାଉନ୍ ଘୋଷଣା କରିଛନ୍ତି । ବର୍ତ୍ତମାନ ଦେଶରେ ଲକଡାଉନ୍ ମେ ୩ ପର୍ଯ୍ୟନ୍ତ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏବଂ ଲୋକଙ୍କୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ଶୃଙ୍ଖଳିତ ଭାବେ ପାଳନ କରବାକୁ ପଡ଼ିବ ବୋଲି ସେ କହିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅର୍ଥନୈତିକ କ୍ଷେତ୍ରରେ ଆମକୁ ଏକ ଆହ୍ୱାନ ମିଳିଛି, କିନ୍ତୁ ଦେଶବାସୀଙ୍କ ଜୀବନ ଅଧିକ ମୂଲ୍ୟବାନ । ଲକଡାଉନ ଏକ ପ୍ରକାର ସମସ୍ତ ବ୍ୟବସାୟୀକ କାର୍ଯ୍ୟକୁ ଠପ୍ କରି ଦେଇଛି ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି ଦିନ ମଜୁରିଆ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ, ଦେଶକୁ ସାମାଜିକ ଦୂରତା ଏବଂ ଲକଡାଉନରୁ ବହୁତ ଲାଭ ମିଳିଛି । ଯଦି ଏହାକୁ ଅର୍ଥନୈତିକ ଦୃଷ୍ଟିକୋଣରୁ ଦେଖାଯାଏ, ତେବେ ଏନେଇ ଏକ ବଡ଼ ମୂଲ୍ୟ ଦେବାକୁ ପଡ଼ିଛି । କିନ୍ତୁ ଏହା ଲୋକଙ୍କ ଜୀବନ ତୁଳନା କିଛି ନୁହେଁ ।

୩ମେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶୃଙ୍ଖଳାର ସହିତ ଲକଡାଉନ୍ ନିୟମ ଅନୁସରଣ କରନ୍ତୁ

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, ଆଜି ବିଶ୍ୱରେ କରୋନା ଭାଇରସ ମହାମାରୀ ପରିସ୍ଥିତିକୁ ସମସ୍ତେ ଜଣିଛନ୍ତି, ଅନ୍ୟ ଦେଶ ତୁଳନାରେ ଭାରତ କିପରି ସଂକ୍ରମଣକୁ ରୋକିବାକୁ ଚେଷ୍ଟା କଲା, ଆପଣ ଏହାର ସାକ୍ଷୀ ରହିଛନ୍ତି । ଯେତେବେଳେ ଦେଶରେ କରୋନାର ଗୋଟିଏ ବି ମାମଲା ନଥିଲା, ଏହା ପୂର୍ବରୁ ହିଁ କରୋନା ପ୍ରଭାବିତ ଦେଶରୁ ଆସୁଥିବା ଲୋକଙ୍କୁ ସ୍କ୍ରିନିଂ କରିବା ଆରମ୍ଭ କରାଯାଇଥିଲା ।

 

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଏହି ମାମଲା ୧୦୦ରେ ପହଞ୍ଚିବା ପରେ ବିଦେଶୀ ଲୋକଙ୍କୁ ପୃଥକ ଭାବରେ ପଠାଯାଉଛି । ଯେତେବେଳେ ଦେଶରେ ୫୫୦ ମାମଲା ହୋଇଥିଲା, ସେତେବେଳେ ୨୧ ଦିନ ପାଇଁ ଲକଡାଉନ୍ କରିବାକୁ ନିଷ୍ପତ୍ତି ନିଆଯାଇଥିଲା, ଭାରତ ଏହି ସମସ୍ୟାର ବଢିବା ପାଇଁ ଅପେକ୍ଷା କରିନଥିଲା ।

Latest Posts

Don't Miss