୧୩୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୩୦୦ରୁ ଅଧିକ ଲୋକ ଆକ୍ରାନ୍ତ

ମାରାତ୍ମକ କରୋନା ଭାଇରସ ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଯାଉଥିବା ଜଣାଯାଇଛି । ଏଥିରେ ଚୀନରେ ଏଯାଏଁ ୧୩୨ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୫୩୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୮୪୦ ଜଣଙ୍କ ନିକଟରେ କୋରନା ଭାଇରସ ଚିହ୍ନିଟ କରାଯାଇଛି । ଗଣମାଧ୍ୟମ ସଂସ୍ଥା ଦ୍ୱାରା ଏହା ରିପୋର୍ଟ କରାଯାଇଛି । ଏହି ଭୟଙ୍କର ସଂକ୍ରମଣ ଏବେ ବିଶ୍ୱର ବିଭିନ୍ନ ସ୍ଥାନକୁ ବ୍ୟାପିସାରିଛି । ତେଣୁ ସମଗ୍ର ବିଶ୍ୱ କରୋନା ଭାଇରାସ ନେଇ ଚିନ୍ତିତ ଅଛନ୍ତି ।

ଚୀନରେ ଭୟଙ୍କର ରୂପ ନେଇଥିବାରୁ ଭାରତ, ଥାଇଲାଣ୍ଡ, ନେପାଳ, ଆମେରିକା, ତାଇୱାନ, ଭିଏତନାମ, ସିଙ୍ଗାପୁରରେ ସତର୍କ ଜାରି କରାଯାଇଛି । ଚୀନରୁ ଯାଉଥିବା ଲୋକଙ୍କୁ କିଛି ଦେଶରେ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି । ସେହଭଳି ଭାଇରସକୁ ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଚୀନରୁ ଅନ୍ୟ ଦେଶକୁ ସଂଯୋଗ କରୁଥିବା ବିମାନ ପ୍ରତି ମଧ୍ୟ ନଜର ରଖାଯାଇଛି ।

Leave a Reply