କରୋନା ଭୟ, ଲୁଡୁ ଖେଳିବା ବେଳେ କାଶିବାରୁ ଗୁଳି ମାରିଲା ସାଙ୍ଗ

1 min read
Firing In Baliguda, One Dead

ନୋଏଡା: କରୋନା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ସାରା ଦେଶରେ କରୋନା ରାକ୍ଷସ ତାର ତାଣ୍ଡପ ଲିଳା ରଚିଛି । ଯାହାକୁ ନେଇ ଦେଶରେ ଲକ୍‌ଡାଉନ ପାଇଁ ଲୋକମାନେ ନିଜ ଘରେ ବନ୍ଦୀ ଜୀବନ ବିତାଉଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ଗ୍ରେଟର ନୋଏଡାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । କାଶିବାରୁ ସାଙ୍ଗକୁ ଗୁଳି ମାରିଛି ସାଙ୍ଗ । ମଙ୍ଗଳବାର ରାତିରେ ନୋଏଡାର ଜରଚା ଅଞ୍ଚଳର ଦୟା ନଗର ଗାଁରେ ଲକ୍‌ଡାଉନ ସମୟରେ ଲୁଡୁ ଖେଳୁଥିବା ଚାରିଜଣ ସାଙ୍ଗଙ୍କ ମଧ୍ୟରେ କାଶକୁ ନେଇ ବିବାଦ ହୋଇଥିଲା । ଏହି ଘଟଣାରେ ଜଣେ ସାଙ୍ଗ ଅନ୍ୟ ଜଣଙ୍କ ଉପରକୁ ଗୁଳି ମାଡ଼ କରିଥିଲେ । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

WHOକୁ ପାଣ୍ଠି ପ୍ରଦାନ ଉପରେ ରୋକ ଲଗାଇଲେ ଡୋନାଲ୍ଡ ଟ୍ରମ୍ପ

ସୂଚନା ଅନୁଯାୟୀ, ଡେପୁଟି କମିଶନର ଅଫ୍ ପୋଲିସ୍ ରାଜେଶ କୁମାର ସିଂ କହିଛନ୍ତି ଯେ ଗତକାଲି ରାତିରେ ଜୟ, ଗୁଲୁ, ପ୍ରଭେଶ ଏବଂ ପ୍ରଶାନ୍ତ ଏମାନେ ଚାରିଜଣ ହେଉଛନ୍ତି ସାଙ୍ଗ । ତେବେ ଏମାନେ ମନ୍ଦିର ନିକଟରେ ବସି ଲକ୍‌ଡାଉନ ସମୟରେ ଲୁଡୁ ଖେଳୁଥିଲେ । ଏହି ସମୟରେ ପ୍ରଶାନ୍ତଙ୍କର କାଶ ହୋଇଥିଲା । ଏନେଇ ଗୁଲୁ ଏବଂ ତାଙ୍କର ଅନ୍ୟ ଦୁଇଜଣ ସାଙ୍ଗ ପ୍ରଶାନ୍ତ ଏଠାରେ କାଶି କରୋନା ଭାଇରସ ବିସ୍ତାର କରୁଛି ବୋଲି କହିଥିଲେ । ଏହା ପରେ ସାଙ୍ଗମାନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଗୁଲୁ ରାଗିଯାଇ ପ୍ରଶାନ୍ତଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ପ୍ରଶାନ୍ତଙ୍କ ଗୋଡ଼ରେ ଗୁଳି ବାଜିଥିବାରୁ ସେ ତଳେ ପଡ଼ିଯାଇଥିଲେ । ଗୁଳିର ଶବ୍ଦ ଶୁଣି ଲୋକମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଯୁବକଙ୍କୁ ଗୁରୁତର ଅବସ୍ଥାରେ ଗ୍ରେଟର ନୋଏଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ସେପଟେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସର ତଦନ୍ତ ଆରମ୍ଭ କରିଛି ।

Leave a Reply