ତାମିଲ ନ୍ୟୁଜ୍‌ ଚ୍ୟାନେଲ ଉପରେ କରୋନା ଚଡ଼କ, ଲାଇଭ କଭରେଜ ଠପ୍‌

1 min read

ଚେନ୍ନାଇ: ଦେଶରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି । ଯେଉଁମାନେ ଏବେ କରୋନା ଯୋଦ୍ଧା ଭାବରେ ଦେଶରେ ଉଭା ହୋଇଛନ୍ତି ସେମାନଙ୍କୁ ଧିରେ ଧିରେ ଗ୍ରାସ କରିବାକୁ ଲାଗିଲାଣି କରୋନା । ଖବରଦାତା ଏବେ କରୋନା କବଳରେ ଆସୁଛନ୍ତି । ମେଟ୍ରୋସିଟି ମୁମ୍ବାଇ ପରେ ଏବେ ଚେନ୍ନାଇର ଏକ ନ୍ୟୁଜ ଚ୍ୟାନେଲରେ ୨୫ ଜଣ ସାମ୍ବାଦିକଙ୍କୁ କରୋନା ହୋଇଛି ।

ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ତାମିଲ ନ୍ୟୁଜ୍ ଚ୍ୟାନେଲରେ କାର୍ଯ୍ୟ କରୁଥିବା ୨୫ ଜଣ ସାମ୍ବାଦିକ, କ୍ୟାମେରାପର୍ସନ ଏବଂ ଅନ୍ୟମାନଙ୍କ ସମେତ କରୋନା ଭାଇରସ୍ ପଜିଟିଭ୍ ଥିବା ଜଣାପଡିଛନ୍ତି । ତେବେ ସେହି ଚ୍ୟାନେଲର ପ୍ରାୟ ୯୪ ଜଣ ବ୍ୟକ୍ତି କରୋନା ପରୀକ୍ଷା କରିଥିଲେ । ଏହି କାରଣରୁ ଚ୍ୟାନେଲକୁ ତାର ଲାଇଭ ପ୍ରୋଗ୍ରାମକୁ ମଧ୍ୟ ସ୍ଥଗିତ ରଖିବାକୁ ପଡ଼ିଛି ।

ବୈଜ୍ଞାନିକଙ୍କ ଦାବି: ଲାମା ରକ୍ତରୁ ପ୍ରସ୍ତୁତ ହେବ କରୋନା ଭାକସିନ !

ତେବେ ପୂର୍ବରୁ ମୁମ୍ବାଇରେ କରୋନା ଭାଇରସରେ ପୀଡିତ ସାମ୍ବାଦିକଙ୍କ ଖବର ମଧ୍ୟ ସମସ୍ତଙ୍କୁ ଥରାଇ ଦେଇଥିଲା । ମୁମ୍ବାଇରେ କରୋନା ରିପୋର୍ଟ ଖବର କଭର୍ କରୁଥିବା ୫୩ ସାମ୍ବାଦିକ କରୋନା ପଜିଟିଭ୍ ଥିବା ଜଣାପଡ଼ଥିଲା । ମୁମ୍ବାଇରେ ୧୭୦ ରୁ ଅଧିକ ସାମ୍ବାଦିକ କରୋନା ପରୀକ୍ଷା କରିଥିଲେ  ।

Leave a Reply