ବାଦୁଡ଼ିମାନଙ୍କଠାରେ ଏହି ଭାଇରସ୍ ଥାଇ ବି କାହିଁକି ସେମାନଙ୍କୁ ହୁଏନି କୌଣସି ସଂକ୍ରମଣ ?

1 min read

ନୂଆଦିଲ୍ଲୀ: ବିଶ୍ୱକୁ କଲବଲ କରୁଛି କରୋନା । କେଉଁଠୁ ଆସିଲା କେମିତି ଆସିଲା ତାହାକୁ ଜାଣିବାକୁ ସମସ୍ତଙ୍କଠାରେ ଉତ୍କଣ୍ଠା । ତେବେ କରୋନା ଭାଇରସ୍ ବିସ୍ତାରକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ । କିନ୍ତୁ କେତେକ ରିପୋର୍ଟରୁ ଜଣାପଡ଼ିଛି ଯେ, ଏହି ଭାଇରସ୍ ବାଦୁଡ଼ି ପାଇଁ ବ୍ୟାପିବାରେ ଲାଗିଛି । କୁହାଯାଉଛି ଯେ, ଏହି ଭାଇରସ୍ ପ୍ରଥମେ ବାଦୁଡ଼ିଠାରେ ଦେଖା ଦେଇଥିଲା ତାପରେ ଭିନ୍ନ ଭିନ୍ନ ପଶୁ ମାନଙ୍କଠାରେ ଦେଖା ଦେଲା ପରେ ପରେ ଏହା ମଣିଷ ଦେହକୁ ଆସିଲା । ତେବେ ଏହା ପ୍ରଥମ ସଂକ୍ରମଣ ନୁହେଁ ଯାହା ବାଦୁଡ଼ି ଦ୍ୱାରା ବ୍ୟାପିଛି ଏହା ପୂର୍ବରୁ ସାର୍ସ, ମର୍ସ ଏବଂ ଇବୋଲା ଭଳି ଭୟଙ୍କର ଭାଇରସ୍ ବାଦୁଡ଼ିମାନଙ୍କ ଦ୍ୱାରା ହିଁ ବ୍ୟାପିଥିଲା । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ଏତେ ସବୁ ରୋଗ କେବଳ ବଦୁଡ଼ି ମାନଙ୍କଠାରୁ ହିଁ କାହିଁକି ବ୍ୟାପିଥାଏ ।

ଏହାକୁ ନେଇ କଣ କୁହନ୍ତି ବୈଜ୍ଞାନିକମାନେ ?

ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ବାଦୁଡ଼ି ଏବଂ କରୋନା ଭାଇରସ୍ ବହୁ ବର୍ଷରୁ ପରସ୍ପର ମଧ୍ୟରେ ବିକଶିତ ଥିଲେ । ଯଦିଓ ଭିନ୍ନ ଭିନ୍ନ ବାଦୁଡ଼ି ପ୍ରଜାତିରୁ ପରସ୍ପର ମଧ୍ୟରେ ଏହି ଭାଇରସ୍ ବିସ୍ତାର ବିରଳ ଅଟେ । ତେବେ ବାଦୁଡ଼ି ଅନେକ ହାଇ-ପ୍ରୋଫାଇଲ୍ ରୋଗର ଜନକ । ଯେମିତି କି ଇବୋଲା ଏବଂ ନିପାହ ଭାଇରସ୍ । ବୈଜ୍ଞାନିକମାନେ କହିଛନ୍ତି ଯେ ବାଦୁଡ଼ିମାନଙ୍କଠାରେ ଅନେକ ଭାଇରସ୍ ମିଳିଥାଏ ଯାହା ଅନ୍ୟ ପଶୁମାନଙ୍କ ଅପେକ୍ଷା ଲୋକଙ୍କୁ ଅଧିକ ସଂକ୍ରମିତ କରିଥାଏ।

କାହିଁକି ବାଦୁଡ଼ିରେ ଦେଖାଦିଏ ଏତେ ଅଧିକ ଭାଇରସ୍ ?

ଚିକାଗୋରେ ଥିବା ଫିଲ୍ଡ ମ୍ୟୁଜିୟମ୍ ଅଫ୍ ନ୍ୟାଚୁରାଲ ହିଷ୍ଟ୍ରିରେ ପଶୁମାନଙ୍କର ନିରୀକ୍ଷକ ବ୍ରୁସ୍ ପୈଟରସନ୍ କହିଛନ୍ତି ଯେ, ସେମାନଙ୍କର (ବାଦୁଡ଼ିମାନଙ୍କର) ସ୍ୱତନ୍ତ୍ର ବିଶେଷତ୍ୱ ଯୋଗୁଁ ସେମାନଙ୍କଠାରେ ଏତେ ଅଧିକ ଭାଇରସ୍ ଥାଏ । ଏହି ସ୍ତନଧାରୀ ପ୍ରାଣୀମାନେ ବହୁତ ସାମାଜିକ ହୋଇଥାନ୍ତି ଏବଂ ସେମାନଙ୍କର ଅଧିକାଂଶ ସମୟ ଏକାଠି ହିଁ ବିତିଥାଏ । ବାଦୁଡ଼ିର ସବୁଠାରୁ ବଡ ଗୁମ୍ଫା ଟେକ୍ସାସରେ ଅଛି, ଯେଉଁଠାରେ ଗ୍ରୀଷ୍ମ ଋତୁରେ ୧କୋଟିରୁ ଅଧିକ ବାଦୁଡ଼ି ଏକାଠି ହୁଅନ୍ତି । ତେଣୁ ଏହି ଗୁମ୍ଫାରେ ଅଧିକ ବାଦୁଡ଼ି ଗୁଡ଼ିକ ଜନ୍ମ ନେଇଥାନ୍ତି ।

ପୈଟରସନ କହିଛନ୍ତି ଯେ, ବାଦୁଡ଼ିମାନଙ୍କ ପ୍ରତିରକ୍ଷା ପ୍ରଣାଳୀ ଅତ୍ୟନ୍ତ ଶକ୍ତିଶାଳୀ ହୋଇଥାଏ, ଯେଉଁଥିପାଇଁ ବାଦୁଡ଼ିମାନେ ଏତେ ସଂଖ୍ୟକ ଭାଇରସ୍ ସାଙ୍ଗରେ ନେଇ ଚାଲିବା ପରେ ବି  କେବେ ନିଜେ ଏହି ରୋଗରେ ପିଡ଼ିତ ହୋଇ ନାହାଁନ୍ତି । ଯେତେବେଳେ କି ଅନ୍ୟ ପ୍ରାଣିମାନେ ଜଳାନ୍ତକ ଭଳି ଗମ୍ଭୀର ରୋଗର ଶିକାର ହୁଅନ୍ତି । ବାଦୁଡିମାନଙ୍କ ମଧ୍ୟରେ ପ୍ରାକୃତିକ ପ୍ରତିରକ୍ଷା ଶକ୍ତି ଥିବା ଦେଖିବାକୁ ମିଳିଥାଏ ଏବଂ ଏହି ଶକ୍ତି ସେତେବେଳେ କମିଥାଏ ଯେତେବେଳେ ଶୀତ ଦିନରେ ବାଦୁଡ଼ିମାନେ ନିଜର ଶକ୍ତି ସଂରକ୍ଷଣ କରିବା ପାଇଁ ବିଶ୍ରାମ କରନ୍ତି । ଅଧିକାଂଶ କ୍ଷୁଦ୍ର ବାଦୁଡ଼ି ଏହି ସମୟ ମଧ୍ୟରେ ଫଙ୍ଗସର ଶିକାର ହୁଅନ୍ତି  ।

ବାଦୁଡ଼ିମାନଙ୍କ ମଧ୍ୟରେ କାହିଁକି ବ୍ୟାପେ ନାହିଁ ଭାଇରସ୍ ?

ଯେତେବେଳେ ପଶୁମାନେ ଖାଇବା ପରେ ଖାଦ୍ୟକୁ ଶକ୍ତିରେ ପରିଣତ କରନ୍ତି, ଏହି ପ୍ରକ୍ରିୟାରୁ ଏକ ଉପ-ଉତ୍ପାଦ ଉତ୍ପନ୍ନ ହୁଏ ଯାହା DNA ପାଇଁ କ୍ଷତିକାରକ । ପାଟରସନ୍ କହିଛନ୍ତି ଯେ ପଶୁ ଏବଂ ମଣିଷମାନଙ୍କର ଏହି ଡିଏନ୍ଏ କ୍ଷତିକୁ ରୋକିବା ପାଇଁ ନିଜସ୍ୱ ଉପାୟ ଥାଏ । ବାଦୁଡ଼ିର ଭଲ ମେଟାବୋଲାଇଜିମ୍ ହେତୁ, ସେମାନେ ସେମାନଙ୍କର DNA କ୍ଷତିକୁ ରୋକିବାରେ ମଧ୍ୟ ବିଶେଷ ଦକ୍ଷ ହୋଇଥାନ୍ତି ।

ଯେତେବେଳେ ଭାଇରସ୍ ଏକ ପ୍ରାଣୀକୁ ସଂକ୍ରମିତ କରେ, ସେମାନେ ଏହାର କୋଷ ଉପରେ ଆକ୍ରମଣ କରନ୍ତି, ଯାହାଦ୍ୱାରା ନୂତନ କୋଷ  ତିଆରି ହେବା ପରିବର୍ତ୍ତେ ତାହା ପଶୁମାନଙ୍କରେ ଅଧିକ ଭାଇରସ ତିଆରି କରେ । କିନ୍ତୁ ଏହି ଭାଇରସ୍ ଅନ୍ୟ ଜୀବଙ୍କ ତୁଳନାରେ ବାଦୁଡ଼ିର ଆନୁବାଂଶିକ ତନ୍ତ୍ରକୁ ଟାର୍ଗେଟ କରିବାରେ ବିଫଳ ହୁଅନ୍ତି କାରଣ ବାଦୁଡ଼ିମାନେ ସେମାନଙ୍କର DNA କୁ ପ୍ରଭାବଶାଳୀ ଢଙ୍ଗରେ ରକ୍ଷା କରନ୍ତି ।

ପେଟରସନ କୁହନ୍ତି, ନିଜର ଏହି କ୍ଷମତା ହେତୁ ବାଦୁଡ଼ିମାନେ ଅଧିକ ଦିନ ବଞ୍ଚନ୍ତି । ବ୍ରାଉନ୍ ବାଦୁଡ଼ି ୩୦ କିମ୍ବା ଅଧିକ ବର୍ଷ ବଞ୍ଚିପାରେ, ସମାନ ଆକାରର ଅନ୍ୟ ସ୍ତନଧାରୀ ପ୍ରାଣୀମାନଙ୍କର ଆୟୁ ଦୁଇରୁ ତିନି ବର୍ଷ ଭିତରେ ସୀମିତ ଥାଏ ।

ଉଡ଼ିବା ସମୟରେ ବାଦୁଡ଼ିମାନେ ବହୁତ ପରିଶ୍ରମ କରନ୍ତି, ଯେଉଁଥିପାଇଁ ସେମାନଙ୍କ ଶରୀକୁ ଯଥେଷ୍ଟ ଉତ୍ତାପ ମିଳିଥାଏ । ଏହାର କାରଣ ହେଉଛି ଡେଣା ଉପରେ ଭାଇରସ ଥାଇ ମଧ୍ୟ ସେମାନେ ନିଜେ ଏହା ଦ୍ୱାରା ସଂକ୍ରମିତ ହୁଅନ୍ତି ନାହିଁ ଏବଂ ଶରୀରର ଉତ୍ତାପ ସେମାନଙ୍କୁ ଏହି ଭୁତାଣୁ ସହିତ ଲଢିବାରେ ସାହାଯ୍ୟ କରିଥାଏ। ବାଦୁଡ଼ିମାନେ ଶରୀରର ସ୍ୱତନ୍ତ୍ର ଗଠନ ହେତୁ, ସେମାନେ ଦୀର୍ଘ ସମୟ ଧରି ଭାଇରସକୁ ସହଜରେ ପରିଚାଳନା କରନ୍ତି ଏବଂ ଏହି ଭାଇରସ୍ ଅନ୍ୟ ଜୀବମାନଙ୍କଠାରେ ଅତି ସହଜରେ ବ୍ୟାପିଯାଇଥାଏ ।

Leave a Reply