ଦେଶରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୨ ଲକ୍ଷ ୫୧ ହଜାର ୨୦୯ ଆକ୍ରାନ୍ତ ଚିହ୍ନଟ

1 min read

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ୍ । ଦେଶରେ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୫୧ ହଜାର ୨୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୬୨୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭ ହାର ୧୫.୮୮ ପ୍ରତିଶତ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୪୭ ହଜାର ୪୪୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

ଦେଶରେ ଗୁରୁବାର ୨ ଲକ୍ଷ ୮୬ ହଜାର ୩୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟାରେ ହ୍ରାସ ପାଇଛି । ଆଜି ଦେଶରେ ୨ ଲକ୍ଷ ୫୧ ହଜାର ୨୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ବର୍ତ୍ତମାନ ଆକ୍ଟିଭ୍ କେସ୍ ସଂଖ୍ୟା ୨୧ ଲକ୍ଷ ୦୫ ହଜାର ୬୧୧ ରହିଛି । ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେରଳରେ ସର୍ବାଧିକ କେସ୍ ଚିହ୍ନଟ ହୋଇଛି । କେରଳରେ ୫୧ ହଜାର ୭୩୯ କେସ୍ ଚିହ୍ନଟ ହୋଇଛି । ସେହିପରି କର୍ଣ୍ଣାଟକରେ ୩୮ ହଜାର ୦୮୩, ତାମିଲନାଡୁରେ ୨୮ ହଜାର ୫୧୫, ମହାରାଷ୍ଟ୍ରରେ ୨୫ ହଜାର ୪୨୫, ଗୁଜୁରାଟରେ ୧୨ ହଜାର ୯୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

Leave a Reply