ରାଜ୍ୟରେ ଆଉ ୨୧୭ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠି କେତେ..?

1 min read
Corona update: more 217 corona patient recovered in state

ଭୁବନେଶ୍ୱର: ରାଜ୍ୟରେ ଆଉ ୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ସୁସ୍ଥ ବ୍ୟକ୍ତିଙ୍କୁ ମେଡିକାଲରୁ ଡିସ୍‌ଚାର୍ଜ କରାଯାଇଥିବା ବେଳେ ସେମାନଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯାଇଛି ।

ତେବେ ୨୧୭ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୯୬ ଜଣ ରହିଥିବା ବେଳେ ଖୋର୍ଦ୍ଧାର ୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିଭଳି ବାଲେଶ୍ୱରରୁ ୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୫, ବରଗଡ଼ରୁ ୧୩, କେନ୍ଦୁଝରରୁ ୧୨, ଝାରସୁଗୁଡ଼ାରୁ ୮, ମାଲକାନଗିରିରୁ ୭ ଏବଂ ଯାଜପୁରରୁ ୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ ଅନୁଗୁଳ ଓ କଟକରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଢ଼େଙ୍କାନାଳ ଓ ପୁରୀରୁ ୪ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଜଗତସିଂହପରୁରୁ ୩ ଜଣ ସୁସ୍ଥ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଓ ସୋନପୁରରୁ ଦୁଇ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ଏବଂ ବଲାଙ୍ଗିରରୁ ଜଣେ ସୁସ୍ଥ ହୋଇଛନ୍ତି ।

ତେବେ ଏହି ୨୧୭ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ୍‌ ସୁସ୍ଥଙ୍କ ସଂଖ୍ୟା ୬୭୦୩ରେ ପହଞ୍ଚିଛି ।

Leave a Reply