ରାଜ୍ୟରେ ଆଉ ୫୧୫ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ..?
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୫୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ୫୧୫ ଜଣ ସୁସ୍ଥ ହେବା ପରେ ସମସ୍ତଙ୍କୁ ଘରକୁ ଫରିବା ପାଇଁ ଅନୁମତି ଦିଆଯାଇଛି ।
ଗୋଟିଏ ପଟେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସୁସ୍ଥଙ୍କ ସଂଖ୍ୟାମଧ୍ୟ ବଢ଼ୁଛି । ତେବେ ଏହା ରାଜ୍ୟ ପାଇଁ ଏକ ଭଲ ଖବର ବୋଲି କୁହାଯାଇପାରେ । ରାଜ୍ୟରେ ଏବେ ସୁଦ୍ଧା ୧୭ ହଜାର ୪୩୭ ଜଣ କରୋନା ଆକ୍ରାନ୍ତ ହୋଇସାରିଥିବା ବେଳେ ସେଥିମଧ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ହେଉଛି ୧୨୪୫୨ । ସେହିଭଳି ରାଜ୍ୟରେ ଏବେ ମୋଟ ୪ ହଜାର ୮୬୬ ସକ୍ରିୟ ମାମଲା ରହିଛି ।
Another 515 #COVID19 patients have recovered and are being discharged on 19.7.2020.
199 from Ganjam
80 from Khurdha
40 from Jajpur
37 from Sundergarh
28 from Cuttack
20 from Keonjhar
18 from Jagatsinghpur
15 from Balasore
13 from Jharsuguda
13 from Bargarh— H & FW Dept Odisha (@HFWOdisha) July 19, 2020
ରବିବାର ୫୧୫ କରୋନା ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୧୯୯ ଜଣ ସୁସ୍ଥ ହୋଇଥିବା ବେଳେ, ଖୋର୍ଦ୍ଧାର ୮୦, ଯାଜପୁର ୪୦, ସୁନ୍ଦରଗଡ଼ ୩୭, କଟକ ୨୮, କେନ୍ଦୁଝର ୨୦, ଜଗତସିଂହପୁର ୧୮, ବାଲେଶ୍ୱର ୧୫ ଜଣ ସୁସ୍ଥ ହୋଇଛନ୍ତି ।
9 from Mayurbhanj
9 from Rayagada
8 from Balangir
7 from Bhadrak
6 from Gajapati
6 from Puri
5 from Koraput
1 each from Angul & KendraparaThe total recovered cases of #Odisha now stand at 12452.
— H & FW Dept Odisha (@HFWOdisha) July 19, 2020
ସେହିଭଳି ଝାରସୁଗୁଡ଼ା ଓ ବରଗଡ଼ ୧୩ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜ ଓ ରାୟଗଡ଼ାରୁ ୯ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ବଲାଙ୍ଗିରରୁ ୮ ଜଣ ସୁସ୍ଥ ହୋଇଥିବା ବେଳେ ଭଦ୍ରକରୁ ୭ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଗଜପତି ଓ ପୁରୀରୁ ୬ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କୋରାପୁଟରୁ ୫, ଅନୁଗୁଳ ଓ କେନ୍ଦ୍ରାପଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।