ହସ୍ପିଟାଲରେ କରୋନା ସନ୍ଦିଗ୍ଧଙ୍କ ଅଭଦ୍ରାମୀ: ବିନା ପୋଷାକରେ ବୁଲୁଛନ୍ତି ତବଲିଗି ଜମାତର କରୋନା ସନ୍ଦିଗ୍ଧ !
1 min readସ୍ୱାସ୍ଥ୍ୟାକର୍ମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । କରୋନା ମୁକାବିଲାରେ ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ହୋଇଛି ।
Ghaziabad DM has ordered an investigation after CMO Ghaziabad writes to police alleging that persons from Tablighi Jamat who are in quarantine at MMG hospital are walking around the ward without their trousers on and making lewd gestures towards the nurses.
— ANI UP/Uttarakhand (@ANINewsUP) April 2, 2020
ଗାଜିଆବାଦର ଏମଏମ୍ଜି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ତବଲିଗି ଜମାତର କରୋନା ସନ୍ଦିଗ୍ଧମାନେ ନିରନ୍ତର ଦୁର୍ବ୍ୟବହାର କରୁଛନ୍ତି । ସନ୍ଦିଗ୍ଧମାନେ ନର୍ସଙ୍କ ସାମ୍ନାରେ ପୋଷାକ ବଦଳାଉଛନ୍ତି । ଏଭଳି କି କିଛି ସନ୍ଦିଗ୍ଧ ବିନା ପୋଷାକରେ ମେଡିକାଲ ପରିସରରେ ବୁଲୁଥିବାର ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ୬ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଗାଜିଆବାଦ ପୋଲିସ ।
Ghaziabad: Police at MMG hospital conducting investigations into the allegations that persons from Tablighi Jamat who are in quarantine at the hospital are walking around the ward without their trousers on and making lewd gestures towards the nurses pic.twitter.com/x5Ar1Y8SEZ
— ANI UP/Uttarakhand (@ANINewsUP) April 2, 2020
ଅପରପକ୍ଷରେ ଡାକ୍ତରଖାନାର ସିଏମଏଲଏସ୍ ରବୀନ୍ଦ୍ର ରାଣା କହିଛନ୍ତି ଯେ, ତବଲିଗି ଜମାତ ସହ ଜଡ଼ତି କରୋନା ସନ୍ଦିଗ୍ଧ ଖରାପ ଆଚରଣ କରୁଛନ୍ତି । ସେମାନେ ବରମ୍ୱାର ଅଶ୍ଳୀଳ ବ୍ୟବହାର କରୁଛନ୍ତି । ସାମାନ୍ୟ କଥାକୁ ନେଇ ହସ୍ପିଟାଲରେ ହଙ୍ଗାମା କରୁଛନ୍ତି ।
ସୂଚନାନୁସାରେ, ଗାଜିଆବାଦ ଜିଲ୍ଲା ପ୍ରଶାସନ ଏହି ଲୋକଙ୍କ ବିରୋଧରେ ଏକ ରିପୋର୍ଟ ଦାଖଲ କରିଛି ଏବଂ ସେମାନଙ୍କୁ ଜେଲ ବ୍ୟାରେଜରେ ତାଲା ପକାଇବାକୁ ଚିନ୍ତା କରୁଛନ୍ତି।