୪ କରୋନା ପଜିଟିଭଙ୍କ ଟ୍ରାଭେଲ ହିଷ୍ଟ୍ରି, ୩ ସଂକ୍ରମିତଙ୍କର ରହିଛି କୋଲକାତା ଲିଙ୍କ୍‌

1 min read

ଭୁବନେଶ୍ୱର: ଆସିଲା ୪ କରୋନା ପଜିଟିଭଙ୍କ ଟ୍ରାଭେଲ ହିଷ୍ଟ୍ରି । ୩ ସଂକ୍ରମିତଙ୍କର ରହିଛି କୋଲକାତା କନେକ୍ସନ । ୧୧୯ ନମ୍ବର କରୋନା ଆକ୍ରାନ୍ତ ଝାରସୁଗୁଡ଼ା ବ୍ରଜରାଜନଗରର ୧୮ ବର୍ଷର ଯୁବତୀ । ଏପ୍ରିଲ ୨୨ରେ ସେ କଲିକତା ବଡ଼ବଜାରରୁ ଘରକୁ ଫେରିଥିଲେ । ୨୩ ଏପ୍ରିଲରେ ଘରେ ପହଞ୍ଚି ୨୯ ଯାଏ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ଗତକାଲି ତାଙ୍କ ସାମ୍ପୁଲ ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଥିଲା । ତାଙ୍କୁ ରାଉରକେଲା ହାଇ-ଟେକ୍‌ କୋଭିଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେହିପରି ୧୨୦ ନମ୍ବର କରୋନା ଆକ୍ରାନ୍ତ ଭୁବନେଶ୍ୱର ମଧୁସୂଦନନଗରର ୭୭ ବର୍ଷର ବୃଦ୍ଧ । ପୂର୍ବ ସଂକ୍ରମିତଙ୍କର ସେ ପରିବାର ସଦସ୍ୟ । ୨୨ ମାର୍ଚ୍ଚରୁ ସେ ଲକଡାଉନରେ ଘରେ ରହିଥିଲେ । ୭ ଏପ୍ରିଲରେ ତାଙ୍କ ପରିବାର ସଦସ୍ୟ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ । ୯ ଏପ୍ରିଲରେ ତାଙ୍କ ନମୁନା ରିପୋର୍ଟ ନେଗେଟିଭ ଆସିଥିଲା । ତେବେ ୨୮ ଏପ୍ରିଲରେ ପୁଣି ସାମ୍ପୁଲ ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଛି ।

ସ୍ଥାନୀୟ ପ୍ରଶାସନର ଅବହେଳାରୁ ଅନେକ ଗରିବଙ୍କ ପେଟରେ ଓଦାକନା

୧୨୧ ନମ୍ବର କରୋନା ଆକ୍ରାନ୍ତ କେନ୍ଦୁଝର ଆନନ୍ଦପୁର ପଞ୍ଚପଲ୍ଲୀର ୬୦ବର୍ଷର ବୃଦ୍ଧ । ୨୮ ମାର୍ଚ୍ଚରୁ କଲିକତା ବଡ଼ବଜାରରୁ ବାହରି ୨୯ରେ ଘରେ ପହଞ୍ଚିଥିଲେ । ୮ ଜଣ ଅନ୍ୟ ପାସେଞ୍ଜରଙ୍କ ସହ ଘରକୁ ଫେରିଥିଲେ ୧୨୧ନଂ ଆକ୍ରାନ୍ତ । ୩୧ ମାର୍ଚ୍ଚରୁ ୨୯ ଏପ୍ରିଲ ଯାଏ ଘରେ ଥିଲେ । ତାଙ୍କୁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

ସେହିପରି ୧୨୨ ନମ୍ବର କରୋନା ଆକ୍ରାନ୍ତ ଦେବଗଡ଼ ଜିଲ୍ଲା ବାସୁଦେବପୁର ସୁଗୁଡ଼ାର ୩୪ ବର୍ଷର ଯୁବକ । ୨୫ ଏପ୍ରିଲରେ କୋଲକାତାରୁ ରାଇଖୋଲ ଟ୍ରକ ଯୋଗେ ଆସିଥିଲେ । ରାଇଖୋଲରୁ ଘରକୁ ଚାଲିଚାଲି ଯାଇ ୨୯ରେ ଘରେ ପହଞ୍ଚିଥିଲେ । ଗତକାଲି ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ରାଉରକେଲା ହାଇ-ଟେକ୍‌ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave a Reply