ରାଜ୍ଯରେ ସ୍କୁଲ ୟୁନିଫର୍ମ ବଦଳିବାକୁ ନେଇ ଦ୍ବନ୍ଦ୍ବ, କପଡ଼ା ବେପାରୀଙ୍କ ମନରେ ଛନକା

ନନ୍ଦିଘୋଷ ବ୍ୟୁରୋ: ଲକ୍ଷ୍ମୀ ବସର ରଙ୍ଗ ବଦଳିବା ପରେ ଏବେ ରାଜ୍ଯର କପଡ଼ା ବେପାରୀଙ୍କ ମନରେ ଛନକା । ରାଜ୍ୟର ସବୁ ସ୍କୁଲ ପିଲାଙ୍କ ୟୁନିଫର୍ମର ରଙ୍ଗ ବଦଳିବା ଆଶଙ୍କାରେ ମୁଖ୍ଯମନ୍ତ୍ରୀଙ୍କୁ ଭେଟିଛନ୍ତି ରାଜ୍ଯର ଲୁଗା ବ୍ଯବସାୟୀ । ଯଦି ସ୍କୁଲ ୟୁନିଫର୍ମ ବଦଳରେ ତେବେ ବ୍ଯବସାୟୀମାନେ ଏହାକୁ କ’ଣ କରିବେ ବୋଲି କହିଛନ୍ତି । ଏହାଦ୍ବାରା ବ୍ଯବସାୟୀଙ୍କର କୋଟି କୋଟି ଟଙ୍କା କ୍ଷତି ହୋଇଯିବ।

ସାରା ରାଜ୍ୟରେ ବେପାରୀମାନେ ବ୍ୟାଙ୍କ ଲୋନ ନେଇ ଲକ୍ଷାଧିକ ଟଙ୍କାର ସ୍କୁଲ ଡ୍ରେସ୍ ବନାଇ ରଖିଛନ୍ତି। ଏବେ ସ୍କୁଲ ଖୋଲିଥିବା ବେଳେ ଛାତ୍ରଛାତ୍ରୀ ଡ୍ରେସ ବଦଳିବା ଆଶଙ୍କାରେ ୟୁନିଫର୍ମ କିଣୁନାହାନ୍ତି । ଏଣୁ ବେପାରୀଙ୍କ ହିତକୁ ଦୃଷ୍ଟିରେ ରଖି ୟୁନିଫର୍ମ ନବଦଳାଇବାକୁ ସେମାନେ ଅନୁରୋଧ କରିଛନ୍ତି ।