କାର୍ଯ୍ୟରେ ଅବହେଳା ଅଭିଯୋଗ, ତହସିଲଦାରଙ୍କୁ ଜରିମାନା କଲେ ଖାଉଟି ଅଦାଲତ

Consumer Court Fined 5K Nandahandi Tahsildar For Negligence In Duty

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ତହସିଲଦାରଙ୍କୁ ଜରିମାନା । କାର୍ଯ୍ୟରେ ଅବହେଳା କାରଣରୁ ୫ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କଲେ ନବରଙ୍ଗପୁର ଜିଲ୍ଲା ଖାଉଟି ଅଦାଲତ । ନନ୍ଦାହାଣ୍ଡି ତହସିଲ ଅଣ୍ଟାସର ଗାଁର ଶତ୍ରୁଘ୍ନ ଗରଡ଼ାଙ୍କ ଦ୍ଵାରା ଦାଖଲ ହୋଇଥିବା ଏକ ଖାରଜ ମାମଲା ସଂଖ୍ୟା ୧୦୦୬/୨୦୧୯ରେ ଆର.ଆଇ ରିପୋର୍ଟ ଏବଂ ସମସ୍ତ ଅର୍ଡର ସିଟର ଅବିକଳ ନକଲ ତହସିଲରୁ ବାହାର କରିବା ପାଇଁ ନବରଙ୍ଗପୁର ଏନ. ପ୍ରେମେଶ୍ୱରନଙ୍କୁ ଲିଖିତ ଭାବେ ପ୍ରାଧିକାର ଅର୍ପଣ କରିଥିଲେ ।

Consumer Court Fined 5K Nandahandi Tahsildar For Negligence In Duty

ଏହାପରେ ଏନ. ପରମେଶ୍ୱରନ ନନ୍ଦାହାଣ୍ଡି ତହସିଲଦାରଙ୍କ ନିକଟରେ ଦାଖଲ ଖାରଜ ମାମଲାର ଅବିକଳ ନକଲ ପାଇଁ ୨୦୧୯ ମସିହାରେ ଆବେଦନ କରିଥିଲେ । ହେଲେ ସେହି ଅବିକଳ ନକଲ କାଗଜ ପାଇଁ ତହସିଲ ଅଫିସକୁ ବାରମ୍ବାର ଯିବାପରେ ମଧ୍ୟ ଏନ. ପରମେଶ୍ୱରଙ୍କୁ ନକଲ ମିଳିନଥିଲାଷ ଏହାପରେ  ନିରାଶ ହୋଇ ଆବେଦନକାରୀ ଜିଲ୍ଲା ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ଅଦାଲତ ଉଭୟଙ୍କ ପକ୍ଷ ଶୁଣିବା ପରେ ନନ୍ଦାହାଣ୍ଡି ତହସିଲଦାର କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ବିଚାର କରି ଅଦାଲତ ନନ୍ଦାହାଣ୍ଡି ତହସିଲଦାରଙ୍କୁ ୫ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

Leave a Reply