ଆଜାଦଙ୍କୁ ନେଇ ବଢ଼ୁଛି ଅସନ୍ତୋଷ: ଦିଲ୍ଲୀରେ ଫେରାଦ୍ ହେଲେ ଜମ୍ମୁ କଶ୍ମୀର ଅଧ୍ୟକ୍ଷ

1 min read

ଜମ୍ମୁ: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କୁ ନେଇ ଦଳରେ ଅସନ୍ତୋଷ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିବା ପରେ ତାଙ୍କୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କଂଗ୍ରେସ କର୍ମୀମାନେ ଆଜାଦଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଗତ କିଛି ଦିନ ପୂର୍ବେ ଆଜାଦ ପ୍ରଧାନମନ୍ତ୍ରୀଙ୍କ ସାଧାରଣ ବ୍ୟକ୍ତିତ୍ୱର ପ୍ରଶଂସା କରିଥିଲେ ।

            ମଙ୍ଗଳବାର ଜମ୍ମୁ କଶ୍ମୀରରେ କଂଗ୍ରେସ କର୍ମକର୍ତ୍ତା ସେମାନଙ୍କ  ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ବିରୋଧ ପ୍ରଦର୍ଶନ କରିଛନ୍ତି  । କର୍ମୀଙ୍କ ପକ୍ଷରୁ କୁହାଯାଇଛି ଯେ, କଂଗ୍ରେସ ଦଳ ତାଙ୍କୁ ବଡ଼ ବଡ଼ ପଦବୀରେ ଅଧିଷ୍ଠିତ କରିଥିଲା, ଆଜି ଦଳକୁ ତାଙ୍କ ସହଯୋଗର ଆବଶ୍ୟକତା ରହିଥିବା ବେଳେ ସେ ବିଜେପି ସହିତ ଘନିଷ୍ଠତା ବୃଦ୍ଧି କରୁଛନ୍ତି । ନିକଟ ଅତୀତରେ ଜମ୍ମୁ କଶ୍ମୀରେ ସମାପ୍ତ ହୋଇଥିବା ଜିଲ୍ଲା ପରିଷଦ ନିର୍ବାଚନରେ ପ୍ରଚାର ପାଇଁ  ଆସିନଥିଲେ । କିନ୍ତୁ ଏବେ ଆସି ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରୁଛନ୍ତି ।

             ଜମ୍ମୁରେ ହୋଇଥିଲା ଜି-୨୩ ବୈଠକ

କଂଗ୍ରେସର ବହୁ ନେତା ଦଳର ଶୀର୍ଷ ନେତୃତ୍ୱଙ୍କ ବିରୋଧରେ ଖୁଲମଖୁଲା କ୍ଷୋଭ ପ୍ରକାଶ କରିଥିଲେ । ଗତ କିଛି ଦିନ ପୂର୍ବେ ଜି-୨୩ରେ ସାମିଲ ହୋଇଥିବା ନେତା କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ ନେଇ ଦାବି ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, କପିଲ ସିବଲ୍ ସମେତ ବହୁ ନେତା ଉପସ୍ଥିତ ଥିଲେ ।

ଅପରପକ୍ଷରେ ଗୁଲାମ ନବିଙ୍କ ପ୍ରତିକ୍ରିୟାକୁ ନେଇ ଜମ୍ମୁ କଶ୍ମୀର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଗୁଲାମ ଅହମ୍ମଦ ମୀର ଅସନ୍ତୋଷ ଅଛନ୍ତି । ଏ ନେଇ ସେ ଦିଲ୍ଳୀ ପହଞ୍ଚି ପ୍ରଭାରୀ ବେଣୁଗୋପାଳଙ୍କ ସହ ସାକ୍ଷାତ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ହାଥରସ୍ ହତ୍ୟାକାରୀ ବିରୁଦ୍ଧରେ NSA ଲାଗୁ କରିବାକୁ ନିର୍ଦ୍ଦେଶ ଦେଲେ ସିଏମ୍ ଯୋଗୀ

Leave a Reply