ପୁଅ ମନ୍ମଥଙ୍କୁ ନିଲମ୍ବନ ପ୍ରସଙ୍ଗରେ ରାଗିଲେ ସୁର, କହିଲେ ବିସ୍ଫୋରଣ କରିବି କେହି ସମ୍ଭାଳି ପାରିବେନି

ଭୁବନେଶ୍ବର: କଂଗ୍ରେସରୁ ମନ୍ମଥ ରାଉତରାୟ ନିଲମ୍ବନ ପ୍ରସଙ୍ଗ । ବାପା ତଥା ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଦଳ ଉପରେ ବର୍ଷିଛନ୍ତି । ସାନପୁଅକୁ ନିଲମ୍ବନ କରିବା ମୋ ପ୍ରତି ଅସମ୍ମାନ ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ସୁରେଶ ରାଉତରାୟ । ମୋତେ ଦଳ ଅପମାନ କରିଛି । ନିଲମ୍ବନ ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ ଦଳ ଭିତରେ କିଏ ବୋଲି ସୁର ପ୍ରଶ୍ନ କରିଛନ୍ତି । ମନ୍ମଥ କିଛି ଭୁଲ କରିନାହିଁ, ଠିକ୍‌ ସମୟରେ ଜବାବ ଦିଆଯିବ ବୋଲି କହିଛନ୍ତି ସୁରେଶ ରାଉତରାୟ । ଦଳରେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପଇସା ଦେଇ ଦଳକୁ କିଣି ରଖିଥିବା କହିଛନ୍ତି ସୁରେଶ । କମିଟିରେ ମନଇଛା ଲୋକଙ୍କୁ ରଖାଯାଇଛି । ଯେଉଁମାନେ କଂଗ୍ରେସ କମିଟିରେ ଅଛନ୍ତି ସେମାନେ, ଦିନେ ହେଲେ କଂଗ୍ରେସ ଅଫିସ ଆସୁନାହାନ୍ତି । ଏହାଛଡ଼ା ଦଳରେ କଣ ଚାଲିଛି ସବୁ ଜାଣିଛି , ଛିନଛତ୍ର କରିବାକୁ କମ୍ ସମୟ ଲାଗିବ ବୋଲି କହିଛନ୍ତି ସୁର  ।