ମହାରାଷ୍ଟ୍ରରେ ବିଜେପିକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଲାଣି କଂଗ୍ରେସ

ମୁମ୍ବାଇ: ବିଜେପି ମୁକ୍ତ ହେବ ମହାରାଷ୍ଟ୍ର । ଦକ୍ଷିଣ ଭାରତରୁ ବିଜେପିର ଏକଜିଟ ଓ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବମ୍ପର ବିଜୟ ପରେ ବିରୋଧୀଙ୍କ ଆତ୍ମବିଶ୍ବାସ ବଢ଼ିଛି । ୨୦୨୪ ଲୋକସଭା ଓ ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ଟକ୍କର ଦେବାକୁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିରୋଧୀ ଦଳର ନେତା ।

ଏନସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କ ଘରେ ଗରୁତ୍ବପୂର୍ଣ୍ଣ ବୈଠକ ବସିଥିବା ବେଳେ କଂଗ୍ରେସ ଓ ଶିବସେନାର ପ୍ରମୁଖ ନେତା ସାମିଲ ହୋଇଥିଲା । ବୈଠକରେ ବିଧାନସଭା ସିଟ ଭାଗବଣ୍ଟାକୁ ନେଇ ଆଲୋଚନା ହୋଇଛି । ମହାବିକାଶ ଅଘାଡ଼ି ନେତା ଉଦ୍ଧବ ଠାକରେ, ମହାରାଷ୍ଟ୍ର ପିସିସି ସଭାପତି ନାନା ପଟୋଲେ, ଶିବସେନା ଉଦ୍ଧବ ଗୋଷ୍ଠୀ ସାଂସଦ ସଞ୍ଜୟ ରାଉତ, ଏନସିପି ନେତା ଜୟନ୍ତ ପାଟିଲ ବୈଠକରେ ସାମିଲ ହୋଇଥିଲେ । ଏକାଠି ନିର୍ବାଚନ ଲଢ଼ିବାକୁ ମହାରାଷ୍ଟ୍ରର ଅନ୍ୟ ଛୋଟ ଛୋଟ ଦଳ ସହ ଆଲୋଚନା କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ପାଟିଲ କହିଛନ୍ତି।