ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫଦାରୀକୁ ବିରାେଧୀଙ୍କ ପ୍ରଶଂସା: କୁଶପୁତ୍ତଳିକା ଦାହ ସହ ଇସ୍ତଫା ଦାବି

ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫଦାରୀକୁ ବିରୋଧୀଙ୍କ ପ୍ରଶଂସା । ଗୋପାଳପୁରରେ ବାଣ ଫୁଟାଇ ପ୍ରଦୀପଙ୍କ କୁଶପୁତ୍ତଳିକା ଦାହ କରିଛି କଂଗ୍ରେସ । ଏହା ସହ ଦଳ ତଦନ୍ତକାରୀ ସଂସ୍ଥା ଆଗରେ ତିନୋଟି ଦାବି ରଖିଛି । ସେପଟେ ବ୍ରହୁପୁରରେ ପ୍ରଦୀପଙ୍କ ଗିରଫଦାରି ନେଇ ବିଜେପିର ପ୍ରେସ୍‌ମିଟ୍‌ ବେଳେ କଂଗ୍ରେସ ବିରୋଧ କରିଛି । କଂଗ୍ରସ ଓ ବିଜେପି ମୁହଁମୁହିଁ ହୋଇଛନ୍ତି  ।

ଜେଲ୍‌ରେ ପ୍ରଦୀପ ପାଣିଗ୍ରାହୀ  । ବାହାରେ ବିରୋଧୀଙ୍କ ଓ୍ବାହା ଓ୍ବାହା। ପ୍ରଦୀପଙ୍କ କୁଶପୁତ୍ତଳିକା ଦାହ ସହ ବାଣ ଫୁଟାଇ ଖୁସି ମନାଇଛି କଂଗ୍ରେସ । ଚାକିରି ନାଁରେ ନିରୀହ ଯୁବକ ଯୁବତୀଙ୍କଠାରୁ ଲକ୍ଷ ଲକ୍ଷ ଲୁଟିଛନ୍ତି ପ୍ରଦୀପ ପାଣିଗ୍ରାହୀ । ଜନପ୍ରତିନିଧି ମୁଖାରେ ଜନତାଙ୍କୁ ଭୁଆଁ ବୁଲାଇଛନ୍ତି । ବିଧାୟକ ପଦରୁ ପ୍ରଦୀପଙ୍କ ଇସ୍ତଫା ପାଇଁ ଦାବି ଜୋର୍‌ ଧରିଛି  । ଠକେଇର ଶିକାର ଯୁବକ ଯୁବତୀଙ୍କୁ ଟଙ୍କା ଫେରସ୍ତ ଓ ବିଧାୟକଙ୍କ ବେଆଇନ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଦାବି କରିଛି କଂଗ୍ରସ  ।

ସେପଟେ ବ୍ରହ୍ମପୁରରେ ବିଜେପି ଓ କଂଗ୍ରେସ ମୁହାଁମୁହିଁ  । ପ୍ରଦୀପଙ୍କ ଗିରଫଦାରି ପ୍ରସଙ୍ଗରେ ବିଜେପିର ପ୍ରେସ୍‌ମିଟ୍‌ ବେଳେ ହଙ୍ଗାମା । ବିଜେପି ନେତାଙ୍କୁ କଂଗ୍ରେସ କର୍ମୀ କଳାପତାକା ପ୍ରଦର୍ଶନ ସହ ଗୋ ବ୍ୟାକ୍ ନାରା ଦେଇଥିଲେ । ବିଜେପିକୁ ବ୍ରହ୍ମପୁର ବିଧାୟକ ମଧ୍ୟ ସମାଲୋଚନା କରିଛନ୍ତି । ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆହୁରି କଡ଼ କାର୍ଯ୍ୟାନୁଷ୍ଠାନ ପାଇଁ କେବଳ ଗଞ୍ଜାମ ନୁହେଁ ରାଜ୍ୟବ୍ୟାପୀ ଦାବି ଉଠିଲାଣି।

Leave a Reply