spot_img

Latest Posts

ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର

ଉଦୟପୁର: ରାଜସ୍ଥାନ ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର। ଦଳର ସାଂଗଠନିକ ସ୍ତରରେ ଆମୂଳଚୂଳ ପରିବର୍ତ୍ତନ ନେଇ କିଛି ପ୍ରସ୍ତାବ ଉପରେ ବାଜିବ ମୋହର । ନିର୍ବାଚନ ଓ ଦଳୀୟ ପଦ ପାଇଁ ବୟସ ସୀମା ନେଇ ଚର୍ଚ୍ଚା ହୋଇପାରେ। ସେହିପରି ଫେରିପାରେ ଗୋଟିଏ ପରିବାରରୁ ଗୋଟିଏ ଟିକେଟ ନିୟମ। ଏହାକୁ ନେଇ ଦଳରେ ସହମତି ଥିବା ବରିଷ୍ଠ ନେତା ଅଜୟ ମାକେନ କହିଛନ୍ତି।

ତେବେ ଏହି ନିୟମରେ ଗାନ୍ଧୀ ପରିବାରକୁ ଛାଡ଼ ମିଳିପାରେ । କଂଗ୍ରେସ ପାଇଁ କାମ କରିନଥିଲେ ଦଳୀୟ ନେତା ନିଜ ପରିବାର କିମ୍ବା ସଂପର୍କୀୟଙ୍କୁ ଟିକେଟ୍ ଦେବେ ନାହିଁ । ଦଳ ପାଇଁ ସର୍ବନିମ୍ନ ୫ବର୍ଷ କାମ କରିଥିବା ଜରୁରୀ। ସେହିପରି କ୍ରମାଗତ ଭାବେ କୌଣସି ପଦରେ ଥିବା ନେତା ୩ବର୍ଷର ବିରତି ନେବେ । ୨୦୨୪ ସାଧାରଣ ନିର୍ବାଚନ ରଣନୀତି ନେଇ ନବ ସଂକଳ୍ପ ଚିନ୍ତନ ଶିବିରରେ ଆଲୋଚନା ହେବ ।

ରାଜନୀତି, ସଂଗଠନ, ଅର୍ଥନୀତି, ସାମାଜିକ କଲ୍ୟାଣ, ଯୁବ ଓ କୃଷି ଭଳି ୬ଟି ଦିଗ ନେଇ ଏଥିରେ ଚର୍ଚ୍ଚା ହେବ । ଆଜି ପ୍ରଥମ ଦିନରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମ୍ବୋଧନ କରିବେ । ଚିନ୍ତନ ଶିବିରରେ ୪୦୦ରୁ ଅଧିକ ବଡ଼ ନେତା ସାମିଲ ହୋଇଛନ୍ତି । ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦ ଦେବା ପାଇଁ ଦାବି ହେଉଛି । ଶେଷ ଦିନରେ ଦଳୀୟ ନେତାଙ୍କୁ ସମ୍ବୋଧନ କରିପାରନ୍ତି ରାହୁଲ ।

Latest Posts

Don't Miss