କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ
1 min readପୁରୀ: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ । ଗତ କିଛି ଦିନ ତଳେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ । ଏହା ପରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସେ ନିଜ ଫେସବୁକ୍ ପେଜ୍ରେ ସୂଚିତ କରିବା ସହ ଗୁଜବ ସୃଷ୍ଟି ନ କରିବାକୁ ନିବେଦନ କରିଥିଲେ । ସେ ଲେଖିଥିଲେ, ବନ୍ଧୁଗଣ ମୁଁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସାଧୀନ ରହିଛି । ଦୟାକରି କୌଣସି ପ୍ରକାର ଗୁଜବ ସୃଷ୍ଟି ନ କରି ଦଳ କିପରି ଭଲ ପ୍ରଦର୍ଶନ କରିବ ଧ୍ୟାନ ଦିଅନ୍ତୁ, ଆପଣମାନଙ୍କ ଭଲ ପାଇବା ସହିତ ଜଲ୍ଦି ଫେରିବି । କିନ୍ତୁ ବିଧିର ବିଧାନ କିଛି ଭିନ୍ନ ଥିଲା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି ।
ଅଜିତ୍ଙ୍କ ପରଲୋକ ଘଟଣା ସମ୍ପର୍କରେ ଜାଣିବା ପରେ ଜଣେ ପରେ ଜଣେ କଂଗ୍ରେସ ନେତା ହସ୍ପିଟାଲରେ ପହଞ୍ଚିଛନ୍ତି । କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି, ରମେଶ ଜେନା ହସ୍ପିଟାଲ ପରିସରରେ ଉପସ୍ଥିତ । ଗତକାଲି ସେ ସୁସ୍ଥ ଥିବା ବେଳେ ଆଜି ଏଭଳି ଘଟଣା ଶୁଣିବାକୁ ମିଳୁଛି ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି ।
ଅପରପକ୍ଷରେ ବିଜେଡି ନେତା ଅମର ପଟ୍ଟନାୟକ ମଧ୍ୟ ଶ୍ରୀ ମଙ୍ଗରାଜଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଶ୍ରୀ ପଟ୍ଟନାୟକ । ଅଜିତ ମଙ୍ଗରାଜଙ୍କ ଦେହାନ୍ତ ନେଇ ଖବର ଜଣାପଡ଼ିବା ପରେ ବିଜୁ ଜନତା ଦଳ ମଧ୍ୟ ପ୍ରଚାର କାର୍ଯ୍ୟ ବନ୍ଦ କରିଛି । ପୁରୁଷୋତ୍ତମପୁରରେ ବିଜେଡିର ପ୍ରଚାର କାର୍ଯ୍ୟ ଚାଲିଥିଲା ।
I feel great sorrow in learning that Ajit Mangaraj, who was contesting the Pipli election on Congress ticket is no more with us. My deep condolences to his family. May he rest in peace.
Om shanti.— Dr. Amar Patnaik (@Amar4Odisha) April 14, 2021