ରଙ୍ଗର ପର୍ବ ହୋଲିରେ ଲାଗିଲା କରୋନା ବ୍ରେକ୍
1 min readଭୁବନେଶ୍ୱର: ଏଥର ଫିକା ପଡିବ ହୋଲି । ହେଲେ ବନ୍ଦ ହେବନି ପରମ୍ପରା । ପରିବାର ସହ ହୋଲି ଖେଳିପାରିବେ । ହେଲେ ରାସ୍ତାକୁ ଆସିବାକୁ ମନା । ଏନେଇ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । କୋଭିଡ୍ ନିୟମ ମାନି ମନ୍ଦିରରେ ପୂଜାର୍ଚ୍ଚନା କରିପାରିବେ ଶ୍ରଦ୍ଧାଳୁ । ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ଦୋଳ ମେଳଣ ହୋଇପାରିବ । ଏଥିପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ନେବା ଆବଶ୍ୟକ ।
For containment of spread of #Covid19, congregation for celebration of Dolayatra & associated religious and cultural congregations shall not be allowed in public throughout the State.
Religious rituals in temples will continue as usual with strict adherence of Covid protocols. pic.twitter.com/XA5NohOgXm— I & PR Department, Odisha (@IPR_Odisha) March 19, 2021
କୋଭିଡ୍ ଗାଇଡଲାଇନ୍ ଅନୁସାରେ ମନ୍ଦିରରେ ସମସ୍ତ ପୂଜାର୍ଚ୍ଚନା ହୋଇପାରିବ । ଘରେ ରହି ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ସବୁ ଜିଲ୍ଲାପାଳ ଓ ମୁନିସିପାଲ କର୍ପୋରେସନର କମିଶନରଙ୍କୁ ନଜର ରଖିବାକୁ ଚିଠି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ । କଟକଣା ପାଳନ ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏଥିସହ ପଢ଼ନ୍ତୁ- ଅତି ଜରୁରୀ ନଥିଲେ କର ଭର୍ଚ୍ଚୁଆଲ୍ ବୈଠକ, ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ