କଂଗ୍ରେସ ନେତା ନିଜ-ନିଜ ଭିତରେ ମତଭେଦ ଭୁଲି ଦଳକୁ ମଜବୁତ କରିବାକୁ ଆହ୍ୱାନ ଦେଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: ସୋନିଆଙ୍କୁ ଦଳ ଚିନ୍ତା । ନିର୍ବାଚନରେ ୫ଟି ରାଜ୍ୟରେ ସୋଚନୀୟ ପରାଜୟ ପରେ ଏବେ ଚେତା ପଶିଛି । ଆଗକୁ ଦଳକୁ ସୁଦୃଢ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସୋନିଆ ଗାନ୍ଧି । ଆଉ କହୁଛନ୍ତି ଦେଶ ପାଇଁ କଂଗ୍ରେସ ନିହାତି ଆବଶ୍ୟକ ।  ଆଜି ସଂସଦରେ କଂଗ୍ରେସ ସଂସଦୀୟ ଦଳ ବୈଠକକୁ ସମ୍ବୋଧିତ କରି ଏମିତି କିଛି କହିଛନ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ । ଏହାସହ ଶୀଘ୍ର ସିଡବ୍ଲୁସି ବୈଠକ ଡକାଯିବ ବୋଲି ସେ କହିଛନ୍ତି । ଏହାସହ ଖୁବ୍ ଶୀଘ୍ର ଏକ ଚିନ୍ତ ଶିବୀର ଆୟୋଜନ ବିଷୟରେ ମଧ୍ୟ କହିଥିଲେ ।

ସୋନିଆ ଗାନ୍ଧି ଦଳର ଶକ୍ତି ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଦଳକୁ ମଜବୁତ କରିବାର ସମୟ ଆସିଛି ତେଣୁ ଦଳ ଭିତରେ ଥିବା ମତଭେଦ ଭୁଲିବା ଏକାଠି ହେବା କାରଣ ଦେଶ ପାଇଁ କଂଗ୍ରେସ ଆବଶ୍ୟକ । ବିଜେପିର ବିଭାଜନ ନୀତି ଚାଲିଛି । ଏମାନେ କେବେ ସୁଧୁରିବେ ନାହିଁ । ସଂଘର୍ଷ ଜରୁରୀ ସେ କଂଗ୍ରେସ ନେତାମାନଙ୍କୁ ଦର ବୃଦ୍ଧି ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ କହିଛନ୍ତି । ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇଁ ସେ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ।

ସୋନିଆ ଗାନ୍ଧୀ ସିପିପି ବୈଠକରେ କହିଛନ୍ତି ଯେ, ଦଳରେ ଏକତା ଆବଶ୍ୟକ ଏବଂ ଏହାକୁ ସୁନିଶ୍ଚିତ କରିବା ପାଇଁ ମୁଁ ପ୍ରତ୍ୟେକ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛି। ଯାହା ପରାମର୍ଶ ମିଳୁଛି ତା ଉପରେ କାର୍ଯ୍ୟ କରାଯାଉଛି । ସୋନିଆ ଗାନ୍ଧୀ କହିଛନ୍ତି ଯେ, କଂଗ୍ରେସ ଦଳର ପୁନରଦ୍ଧାର କେବଳ ଦଳ ପାଇଁ ନୁହେଁ, ଦେଶର ଗଣତନ୍ତ୍ର ଏବଂ ସମାଜ ପାଇଁ ମଧ୍ୟ ଆବଶ୍ୟକ । ସେ ଶିବିର ଆୟୋଜନ ବିଷୟରେ ମଧ୍ୟ କହିଥିଲେ । ସୋନିଆ ଗାନ୍ଧୀ କହିଛନ୍ତି ଯେ ଶିବିର ଆୟୋଜନ କରିବା ଅତ୍ୟନ୍ତ ଜରୁରୀ, ଯାହା ଦ୍ୱାରା ଲୋକମାନେ ନିଜ ମତ ରଖିପାରିବେ ଏବଂ ଦଳ ଚଳାଇବା ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇପାରିବ ।