ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୧୦ ଜଣଙ୍କୁ ଜେରା
1 min read
ଭୁବନେଶ୍ୱର: ଲକଡାଉନରେ ଲଜ୍ଜା । ରାଜଧାନୀରେ ସୀମା ଟପିଲା ବର୍ବରତା । ନାବାଳିକାଙ୍କୁ ବାରମ୍ବାର ଗଣଦୁଷ୍କର୍ମ ଅଭିଯୋଗ । ଏହି ଘଟଣାରେ କମିଶନରେଟ୍ ପୋଲିସର ୪ ଜଣିଆ ଟିମ୍ ତଦନ୍ତ କରୁଛି । ସବୁ ପ୍ରକାର ପ୍ରମାଣ ସଂଗ୍ରହ ପାଇଁ ସବୁ ଦିଗରୁ ଚେଷ୍ଟା ଚାଲିଛି । ଫରେନ୍ସିକ ଦିଗକୁ ମଧ୍ୟ ଗୁରୁତ୍ୱ ଦିଆଯାଉଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ।
ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଜଣଙ୍କୁ କମିଶନରେଟ୍ ପୋଲିସ ଜେରା କରିସାରିଲାଣି । ବୈଦୁତିକ ଗଣମାଧ୍ୟମର ଦୁଇଜଣ କର୍ମଚାରୀ ଏବଂ ସେହି ଅଫିସର ଦୁଇଜଣ ସିକ୍ୟୁରିଟି ଗାର୍ଡ୍ ଏଥିରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା । ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ଚିହ୍ନଟ ପ୍ରକ୍ରିଆ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ।

ଅନ୍ୟପଟେ ଗତକାଲି ଏହି ମାମଲାରେ ନିଜ ଆଡ଼ୁ ହସ୍ତକ୍ଷେପ କରିଥିଲେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଆୟୋଗ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି । ଗଣଦୁଷ୍କର୍ମ ନେଇ କମିଶନରେଟ ପୋଲିସକୁ କମିଶନ ରିପୋର୍ଟ ମାଗିବା ସହ ପୀଡ଼ିତାଙ୍କ ସୁରକ୍ଷା ପାଇଁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ତଦନ୍ତ ପ୍ରକ୍ରିୟା ନେଇ କମିଶନଙ୍କୁ ତଥ୍ୟ ଦେବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଚାଇଲ୍ଡ ଲାଇନକୁ ମଧ୍ୟ ଅନୁଧ୍ୟାନ ପାଇଁ କିମଶନ ନିର୍ଦ୍ଦେଶ ଦେଇଛନ୍ତି ।
ନାବାଳିକାଙ୍କୁ ଗଣଦୁଷ୍କର୍ମ, ନିଜ ଆଡ଼ୁ ମାମଲା ରୁଜୁ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ