ହକି ବିଶ୍ୱକପ୍ ପାଇଁ ବ୍ୟାପକ ସୁରକ୍ଷା ବ୍ଯବସ୍ଥା କରାଯାଇଛି: ପୋଲିସ କମିଶନର

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବ ହକି ବିଶ୍ୱକପ । ପ୍ରଥମ ମ୍ୟାଚ କାଲି ଖେଳାଯିବ । ଏହା ପୂର୍ବରୁ ଆଜି କଳିଙ୍ଗ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ପୋଲିସ କମିଶନର । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟ୍ କରିଛନ୍ତି । କମିଶନର କହିଛନ୍ତି ବିଭିନ୍ନ ଟିମର ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କଳିଙ୍ଗ ଷ୍ଟାଡିୟମ ପାଇଁ ପୋଲିସ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ ବ୍ୟବସ୍ଥାକୁ ସଠିକ୍ ସଞ୍ଚାଳନ ଉପରେ ଗୁରୁତ୍ୱ । ଡିସିପିଙ୍କ ତତ୍ତ୍ୱାବଧାନରେ ବ୍ୟବସ୍ଥା କରାଯାଇଛି ।

୮୧ ପ୍ଲାଟୁନ ପୋଲିସ ଫୋର୍ସ ବିଶ୍ୱକପ ପାଇଁ ନିୟୋଜିତ ହେବେ । ୮୧ ପ୍ଲାଟୁନ ଫୋର୍ସରେ ୪୦୦ ଅଧିକାରୀ ରହିବେ । ଡିସିପିଙ୍କ ନେତୃତ୍ୱରେ ୧୩ ଜଣ ଅତିରିକ୍ତ ଡିସିପି, ୩୩ ଜଣ ଏସିପି, ୬୨ ଇନ୍ସପେକ୍ଟର, ୩୩୬ ସବଇନ୍ସପେକ୍ଟର ମୁତୟନ ହେବେ । ଖେଳାଳିଙ୍କ ପାଇଁ ଏୟାରପୋର୍ଟ ରେ ନିୟୋଜିତ ହେବେ ଜଣେ ଅତିରିକ୍ତ ଡିସିପି, ଦୁଇ ଜଣ ଏସିପି, ୪ ଜଣ ଇନ୍ସପେକ୍ଟର ଓ ୧୦୩ ଜଣ ପୋଲିସ କର୍ମଚାରୀ । ହୋଟେଲ ଦାୟିତ୍ୱରେ ୩ ଜଣ ଅତିରିକ୍ତ ଡିସିପି, ୯ ଏସିପି, ୯ ଇନ୍ସପେକ୍ଟର ଓ ସମୁଦାୟ ୧୮ ପ୍ଲାଟୁନ ଫୋର୍ସ । କଳିଙ୍ଗ ଷ୍ଟାଡିୟମରେ ନିୟୋଜିତ ହେବେ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୧ ଇନ୍ସପେକ୍ଟର ଓ ୨୩ ପ୍ଲାଟୁନ ଫୋର୍ସ ।

ଏହା ସହ ଓଡ୍ରାଫ, ଅଗ୍ନିଶମର ଟିମ ରହିବ। ଏହା ସହ ଟ୍ରାଫିକ ଦାୟିତ୍ବ ରେ ୩ ଜଣ ଏସିପି, ୬ ଜଣ ଇନ୍ସପେକ୍ଟର ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ମଧ୍ୟ ପୋଲିସ ବ୍ୟବସ୍ଥା କରାଯାଇଛି । ରାଜଧାନୀରେ ହେବାକୁ ଥିବା ଡଟ୍ ଫେଷ୍ଟ ପାଇଁ ବ୍ୟବସ୍ଥା କରାଯାଇଛି । ଉତ୍ତମ ଆତିଥେୟତା ଉପରେ ନଜର ଦେବାକୁ ପୋଲିସକୁ ପରାମର୍ଶ । ହକି ଡ୍ୟୁଟିରେ ଥିବା ପୋଲିସ ପୋଷାକରେ ସ୍ୱତନ୍ତ୍ର ଲୋଗୋ ରହିବ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟ୍ କରି ଏନେଇ ସୂଚନା ଦେଇଛନ୍ତି । ଏହି ଅବସରରେ ହକି ସମ୍ବନ୍ଧୀୟ ଡିଜିଟାଲ ବୁକଲେଟର ଶୁଭାରମ୍ଭ କରାଯାଇଛି । ଦର୍ଶକଙ୍କ ପାଇଁ ସୁବିଧା ହେବ ।