କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମିଳିଲା ମରଣୋତ୍ତର ମହାବୀର ଚକ୍ର; ଚୀନ ସେନାଙ୍କୁ ଦେଇଥିଲେ ମୁହଁତୋଡ ଜବାବ
1 min readନୂଆଦିଲ୍ଲୀ: ଶହୀଦ ବୀରଙ୍କୁ ମିଳିଲା ଦେଶର ଦ୍ବିତୀୟ ସର୍ବୋଚ୍ଚ ଗ୍ୟାଲେଣ୍ଟ୍ରି ସମ୍ମାନ ମହାବୀର ଚକ୍ର । ଲଦାଖର ବରଫାଞ୍ଚଳ ଗଲଓ୍ବାନ ଘାଟିରେ ଚୀନ ସେନାଙ୍କୁ ମୁହଁତୋଡ ଜବାବ ଦେଇ ଶହିଦ୍ ହୋଇଥିଲେ କର୍ଣ୍ଣେଲ ସନ୍ତୋଷ ବାବୁ । ସନ୍ତୋଷ ବାବୁଙ୍କ ସହ ଆଉ ଚାରି ଜଣ ଭାରତୀୟ ସୈନିକ ମଧ୍ୟ ଗଲଓ୍ବାନ ଘାଟିରେ ଶହିଦ ହୋଇଥିଲେ । ତେବେ ଏହି ଚାରି ଜଣ ସୈନିକଙ୍କୁ ମଧ୍ୟ ମିଳିଛି ଭୀର ଚକ୍ର ।
#WATCH | Col Santosh Babu accorded Mahavir Chakra posthumously for resisting Chinese Army attack while establishing an observation post in the face of the enemy in Galwan valley in Ladakh sector during Operation Snow Leopard.
His mother and wife receive the award from President. pic.twitter.com/vadfvXBz9M
— ANI (@ANI) November 23, 2021
କର୍ଣ୍ଣେଲ ସନ୍ତୋଷ ବାବୁ ୧୬ ବିହାର ରିଜିମେଣ୍ଟର କମାଣ୍ଡିଙ୍ଗ ଅଫିସର ଥିଲେ । ଗଲଓ୍ବାନ ଘାଟିରେ ଚୀନ ସହ ହୋଇଥିବା ଉତ୍ତେଜନାରେ ଯେଉଁ ୨୦ ଜଣ ଭାରତୀୟ ସେନା ମୃତ୍ୟୁ ବରଣ କରିଥିଲେ ସେମାନଙ୍କ ମଧ୍ୟରୁ ଜଣେ ଥିଲେ କର୍ଣ୍ଣେଲ ସନ୍ତୋଷ ବାବୁ । ସନ୍ତୋଷ ବାବୁଙ୍କ ସହ ୨୦ ଜଣ ଭାରତୀୟ ସୈନିକ ୭ ଘଣ୍ଟା ଧରି ଚୀନ ସୈନିକଙ୍କ ସହ ଲଢ଼େଇ କରି ଶହିଦ୍ ହୋଇଥିଲେ । ତେବେ ଗଲଓ୍ବାନ ଘାଟିର ଏହି ଘଟଣା ପରେ ତୁରନ୍ତ ଲଦାଖ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ଗସ୍ତ ସମୟରେ ମୋଦି ଗଲଓ୍ବାନ ଘାଟିରେ ଶହିଦ ହୋଇଥିବା ବୀର ଯବାନଙ୍କ ବାହାଦୁରୀକୁ ପ୍ରଶଂସା କରିଥିଲେ ।
ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମରୋଣତ୍ତର ସମ୍ନାନରେ ସମ୍ମାନିତ କରିଥିଲେ । କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ମାଆ ଓ ପତ୍ନୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଏହି ମହାବୀର ଚକ୍ର ପୁରସ୍କାର ଗ୍ରହଣ କରିଛନ୍ତି । ଗଲଓ୍ବାନ ଘାଟିରେ ଯେଉଁ ସୈନିକମାନେ ଶହିଦ ହୋଇଥିଲେ ସେମାନଙ୍କ ଗ୍ରୁପ୍ କମାଣ୍ଡର ଥିଲେ କର୍ଣ୍ଣେଲ ସନ୍ତୋଷ ବାବୁ ।