ପାରାଦ୍ୱୀପ : ପାରାଦ୍ୱୀପରେ ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ଜବତ ମାମଲା । ମୋବାଇଲ ଓ ଲାପଟପରୁ ଖିଅ ଖୋଜିବ ତଦନ୍ତକାରୀ ଟିମ୍। ଜାହାଜର କ୍ୟାପଟେନଙ୍କ ଲାପଟପ ଜବତ କରିଛି କଷ୍ଟମ୍ସ ବିଭାଗ। ଜାହାଜର ୨୧ ଜଣ କର୍ମଚାରୀଙ୍କ ୨୪ଟି ମୋବାଇଲକୁ ମଧ୍ୟ କଷ୍ଟମ୍ସ ବିଭାଗ ଜବତ କରିଥିବା ସୂଚନା ମିଳିଛି।
ଗତ ୩୦ ତାରିଖରେ ପାରାଦ୍ୱୀପ ପୋଲିସ ଇଣ୍ଡୋନେସିଆରୁ ଆସିଥିବା ଏମଭି- ଦେବୀ ପାନାମା ଜାହାଜରୁ ୨୨୦ କୋଟି ଟଙ୍କାର କୋକେନ ଜବତ କରିଥିଲା। ପ୍ରଥମେ ପାରାଦ୍ୱୀପ ଡିଏସପି ସନ୍ତୋଷ ଜେନା ଓ ଜଟାଧାରୀ ମେରାଇନ ଥାନା ଆଇଆଇସି ମିଳିତ ଚଢାଉ କରି ୮ଟି ପ୍ୟାକେଟ କୋକେନ୍ ଜବତ କରିଥିଲେ। ପରେ ସିଆଇଏସଏଫ, କଷ୍ଟମ୍ସ ଓ ଓଡିଶା ପୋଲିସ ସମେତ ଡଗ୍ ସ୍କ୍ବାର୍ଡର ମିଳିତ ଯାଞ୍ଚରେ ମିଳିଥିଲା ଧଳା ପାଉଡର ଥିବା ୨୨ଟି ପ୍ୟାକେଟ ଜବତ କରିଥିଲେ। ପରୀକ୍ଷା ନୀରୀକ୍ଷାରୁ ଜଣା ପଡ଼ିଥିଲା ଏ ସବୁ ମାରାତ୍ମକ ନିଶାଦ୍ରବ୍ୟ କୋକେନ୍ । କୋକେନ କେଉଁଠାରୁ ଆାସିଥିଲା, କେଉଁଠାକୁ ଯାଉଥିଲା ଓ ଓଡ଼ିଶାର କିଛି ଲିଙ୍କ ଅଛି କି ନାହିଁ, ଏ ସବୁ ଦିଗରେ ଚାଲିଛି ଖୋଳତାଡ ।

