ଖାଇବାକୁ ଗଲା ମୂଷା, ଫସିଗଲା ନାଗ

ଭୁବନେଶ୍ୱର: ମୂଷା ଯନ୍ତାରେ ନାଗ। ମୂଷା ଖାଇବାକୁ ଯାଇ ଯନ୍ତାରେ ଫସିଲା ନାଗ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରତାପଡା ଗାଁରେ ସୁବାସ ପରିଡ଼ା ନିଜ ଗ୍ରୋସରି ଦୋକାନରେ ମୁଷା ଉପଦ୍ରଵକୁ ରୋକିବା ପାଇଁ ଯନ୍ତା ବସେଇଥିଲେ । ଗତକାଲି ବିଳମ୍ବିତ ରାତିରେ ସେଇ ଯନ୍ତା ଭିତରେ ଏକ ନାଗ ସାପ ପଡିଥିବାର ଦେଖି ସଦାଶିବ ବାବୁ ଉଦ୍ଧାର ପାଇଁ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ଯତ୍ନର ସହିତ ଏକ ୩ ଫୁଟ ଲମ୍ବର ନାଗ ସାପ କୁ ଯନ୍ତା ଭିତରୁ ବାହାର କରିଥିଲେ । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି “ଯନ୍ତାରେ ପ୍ରଥମେ ମୁଷା ହିଁ ପଡିଥିଲା, ତେବେ ମୁଷା ଖାଇବା ଆଶାରେ ଯେନ ତେନ ପ୍ରକାରେ ଯନ୍ତା ଭିତରେ ପସିଗଲା ସତ ; ହେଲେ ଖାଇବା ପରେ ପେଟ ଫୁଲି ଯିବାରୁ ଆଉ ବାହାରିବା ବାଟ ପାଇନଥିଲା” । ସାପକୁ  ଉଦ୍ଧାର ଗାଁ ଠାରୁ ଯଥେଷ୍ଟ ଦୂରରେ ଏକ ପ୍ରାକୃତିକ ଆବସିକ ସ୍ଥଳୀରେ ଛାଡ଼ି ଦିଆଯାଇଚି।  ।

ଏଥିସହିତ ପଢ଼ନ୍ତୁ:ହେଲମେଟ ଚେକିଂ ବେଳେ ପୋଲିସର ମାଡ଼ ଘଟଣା, ୨ ଜଣ ନିଲମ୍ବିତ

Leave a Reply