କଟକରେ ସିଏମସିର ଡ୍ରେନ କାମବେଳେ ଅଘଟଣ : ଜଣେ ମୃତ, ୨ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: କଟକରେ ଡ୍ରେନ କାମ ବେଳେ ଅଘଟଣ। ଡ୍ରେନ ନିକଟ କାନ୍ଥ ଭୁଶୁଡ଼ି ଜଣେ ଶ୍ରମିକ ମୃତ। ଅନ୍ୟ ୨ ଶ୍ରମିକ ଗୁରୁତର ହୋଇ ପଡ଼ିଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବିଡାନାସୀରେ ଡ୍ରେନ କାମ ଚାଲିଥିବାବେଳେ ଘଟିଛି ଏ ଅଘଟଣ। ସିଏମସି ପକ୍ଷରୁ କରାଯାଉଥିଲା ଏହି ଡ୍ରେନ କାମ। ତେବେ କେଉଁ ପରିସ୍ଥିତିରେ ଏ ଅଘଟଣ ଘଟିଛି କାରଣ ଅସ୍ପଷ୍ଟ ରହିଛି ।