ନିଜ ପାଖରେ ଗୃହବିଭାଗ ଥିବା ଭୁଲିଗଲେ ନୀତିଶ, ଅଧିକାରୀଙ୍କୁ କହିଲେ ଗୃହମନ୍ତ୍ରୀଙ୍କୁ ଫୋନ୍ କର

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ସେ ଜନତା ଦରବାରରେ ବସିଥିବାର ନଜର ଆସିଛନ୍ତି । ତାଙ୍କ ଆଖପାଖରେ ଅଧିକାରୀଙ୍କ ଭିଡ଼ ରହିଛି ଏବଂ ତାଙ୍କ ସାମ୍ନାରେ ଜଣେ ଅଭିଯୋଗକାରୀ ବସିଛନ୍ତି । ଯାହାଙ୍କ ସମସ୍ୟା ସେ ଶୁଣୁଛନ୍ତି । ନିଜେ ରାଜ୍ୟର ଗୃହ ବିଭାଗର ପ୍ରଭାରୀ ହେବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନିଜ ସହୋଯୋଗୀଙ୍କୁ ରାଜ୍ୟର ଗୃହମନ୍ତ୍ରୀଙ୍କୁ ଜନତା ଦରବାରରେ ଆସିଥିବା ଅଭିଯୋଗକାରୀଙ୍କୁ ଭେଟିବା ପାଇଁ କହିଥିଲେ । ଏହାକୁ ନେଇ ବିରୋଧୀ ତାଙ୍କୁ ଟାର୍ଗେଟ କରିଛନ୍ତି । ବିରୋଧୀ କହିଛନ୍ତି ଯିଏ ନିଜ ବିଭାଗ ଜାଣିପାରୁନାହାନ୍ତି ସେ ରାଜ୍ୟ କଣ ଚଳାଇବେ ।

ଭିଡିଓରେ ନୀତିଶ କୁମାର ଅଧିକାରୀଙ୍କୁ କହୁଥିବାର ଦେଖା ଯାଇଛି ଯେ,

ନୀତିଶ କୁମାର: ତାଙ୍କୁ କଲ୍ ଲଗାଅ.

ଅଧିକାରୀ: ଗୃହ ସଚିବଙ୍କୁ ?

ନୀତିଶ କୁମାର: ଯିଏ ମନ୍ତ୍ରୀ ଅଛନ୍ତି.

ନୀତିଶ କୁମାର: ଆରେ, ଗୃହ ବିଭାଗର ଯିଏ ଗୃହ ସଚିବ ଅଛନ୍ତି.

ଅଧିକାରୀ: ସଚିବ ତ ସାର୍ ?

ନୀତିଶ କୁମାର: ଆରେ ପାଖରେ ବସିଛନ୍ତି.

ନୀତିଶ କୁମାର: ଗୃହମନ୍ତ୍ରୀ !! ବସିଛନ୍ତି ନା ମାନନୀୟ ମନ୍ତ୍ରୀ.

ଅଧିକାରୀ: ବିଜୟ ଚୌଧୁରୀ ସାର୍

ନୀତିଶ କୁମାର: ହଁ ତାଙ୍କୁ କଲ୍ ଲଗାଅ

ଏହାପରେ ଅଧିକାରୀ ହଲରେ ବସିଥିବା ମନ୍ତ୍ରୀ ବିଜୟ ଚୌଧୁରୀଙ୍କୁ ଫୋନ୍ କରିଥିଲେ ଏବଂ କହିଥିଲେ ସାହେବ କଥା ହେବେ । ଏତିକି କହିବା ପରେ ଅଧିକାରୀ ଫୋନ୍ ନୀତିଶ କୁମାରଙ୍କ ହାତକୁ ଦେଇ ଦେଇଥିଲେ ତେବେ ନୀତିଶ କୁମାର ପଚାରିବାକୁ ଲାଗିଥିଲେ । ନୀତିଶ କୁମାର: ଭାକ୍…..ତାଙ୍କୁ କଲ୍ ଲଗାଇବାକୁ କହିଥିଲି ନା. ଏହାପରେ ଅଧିକାରୀ ହଡବଡ଼େଇ ଯାଇଥିଲେ । ଏହାପରେ ନୀତିଶ କୁମାର କହିଥିଲେ ଯେ ଅପର ମୁଖ୍ୟ ସଚିବ ସିଦ୍ଧାର୍ଥଙ୍କୁ କଲ୍ ଲଗାନ୍ତୁ ନା । ପ୍ରକାଶ ଥାଉକି ନୀତିଶ କୁମାରଙ୍କ ପାଖରେ ରାଜ୍ୟର ଗୃହ ଏବଂ ସାମାନ୍ୟ ପ୍ରଶାସନ ସହିତ ଅନ୍ୟ ବିଭାଗ ରହିଛି । ଏପରି ସ୍ଥିତିରେ ସେ ନିଜ ବିଭାଗ ଭୁଲିଯିବାକୁ ନେଇ ଟ୍ରୋଲ୍ ହୋଇଛନ୍ତି । ତେବେ ଏହି ଜନତା ଦରବାରରେ ମୁଖ୍ୟମନ୍ତ୍ରୀ ୫୧ ଜଣଙ୍କ ସମସ୍ୟା ଶୁଣିଥିଲେ । ଏହି ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।