ସ୍ମାର୍ଟ କାର୍ଡ ବଣ୍ଟନ ବେଳେ ମୁଖ୍ୟମନ୍ତ୍ରୀ ନିଜ ମନକଥା କହିବାକୁ ଯାଇ କେଉଁ କଥାରୁ ଉଠାଇଲେ ପରଦା, ଜାଣନ୍ତୁ..

CM Naveen Reveals Why He Feeling Sad ?

ଭୁବନେଶ୍ୱର: ମଞ୍ଚରେ ମନ କଥା କହିଲେ ମୁଖ୍ୟମନ୍ତ୍ରୀ । ବ୍ରହ୍ମଗିରିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହେଲଥ କାର୍ଡ ବଣ୍ଟନ ବେଳେ ମନ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିବାରର କେହି ସଦସ୍ୟ ଅସୁସ୍ଥ ହୋଇ ପଡ଼ିଲେ, ଆମ ଚିନ୍ତା ବଢ଼ିଯାଇ ଥାଏ । ସବୁଠାରୁ ବଡ଼ ଚିନ୍ତା ଥାଏ ଚିକିତ୍ସା ପାଇଁ ଟଙ୍କା । ଚିକିତ୍ସା ପାଇଁ କିଏ ଜମି ବିକେ ତ କିଏ ସୁନା ବିକେ । କେହି କେହି ଋଣ କରିବା ସହ ପିଲାଙ୍କ ପାଠପଢ଼ା ବନ୍ଦ କରି ଦେଇଥାନ୍ତି । ଏକଥା ଶୁଣି ବହୁତ ଦୁଃଖ ଲାଗେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

CM Naveen Reveals Why He Feeling Sad ?

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦେଶରେ ମାଇଲଖୁଣ୍ଟ ସ୍ଥାପନ କରିଛି । ଦେଶରେ ପ୍ରଥମ ରାଜ୍ୟ ଭାବେ ଲୋକଙ୍କୁ ଏଭଳି ସୁବିଧା ଯୋଗାଉଛି ଓଡ଼ିଶା । ରାଜ୍ୟର ୯୬ ଲକ୍ଷ ପରିବାର ବିଏସକେୱାଇ କାର୍ଡ ପାଇବେ । ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷାର ସମସ୍ତ ହିତାଧିକାରୀଙ୍କୁ ବିଏସକେୱାଇ କାର୍ଡ ମିଳିବ । ରାଜ୍ୟର ସାଢ଼େ ୩ କୋଟି ଲୋକ ଉପକୃତ ହେବେ । ଦେଶର ୨ଶହରୁ ଅଧିକ ବଡ଼ ବଡ଼ ହସ୍ପିଟାଲରେ ଏହି କାର୍ଡ ଜରିଆରେ ମାଗଣାରେ ଚିକିତ୍ସା ସେବା ମିଳିବ ।

CM Naveen Reveals Why He Feeling Sad

ଏହି ଯୋଜନାରେ ପରିବାରର ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ ମିଳିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ମାର୍ଟ କାର୍ଡ ଆପଣଙ୍କ ଏହି ସମସ୍ୟା ଦୂର କରିବ । ଚିକିତ୍ସା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି, ଏଣୁ ଆପଣ ଏ ଟଙ୍କାରୁ ସଞ୍ଚୟ କରିପାରିବେ । ପିଲାଙ୍କ ପାଠପଢା଼ ସହ ପରିବାରର ଉନ୍ନତି ପାଇଁ ଖର୍ଚ୍ଚ କରିପାରିବେ । ସିଏଚସିରୁ ନେଇ ସରକାରୀ ମେଡିକାଲରେ ସରକାର ଚିକିତ୍ସା ଖର୍ଚ୍ଚ ବହନ କରୁଛନ୍ତି । ସରକାରୀ ମେଡିକାଲରେ ଡାଏଲେସିସ୍, କେମୋ ଥେରାପି, ସିଟି ସ୍କାନ୍, ଏମଆରଆଇ ସୁବିଧା ମାଗଣାରେ ଉପଲବ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

CM Naveen Reveals Why He Feeling Sad

ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା, ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ । ପ୍ରତି ପରିବାରର ଉନ୍ନତିରେ ରାଜ୍ୟର ଉନ୍ନତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply