ସାଢେ ୪ କୋଟି ଓଡିଆଙ୍କୁ ସମ୍ମାନ ସମର୍ପିତ କଲେ ନବୀନ

ନୂଆଦିଲ୍ଲୀ: ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେବା ପରେ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଆୱାର୍ଡ ସମର୍ପିତ କଲେ ନବୀନ  ।  । ୪ କୋଟି ଓଡିଆଙ୍କ ଆଶୀର୍ବାଦ ପାଇଁ ୨୨ ବର୍ଷ ମୁଁ ସେମାନଙ୍କ ସେବାରେ ରହିଛି । ଦିଲ୍ଲୀରେ ଆୟୋଜିତ ପୁରସ୍କାର ସମାରୋହରେ ଓଡିଶାର ବିକାଶ କଥା କହିଛନ୍ତି ନବୀନ ।

ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ସମ୍ମାନରେ ସମ୍ମାନିତ କରିଥିବାରୁ କ୍ୟାପିଟାଲ ଫାଉଣ୍ଡେସନକୁ ବି ଧନ୍ୟବାଦ ଜଣାଇଛନ୍ତି ନବୀନ । ବିଭିନ୍ନ କ୍ଷେତ୍ରରେ ଉନ୍ନତିମୂଳକ କାମ କରୁଥିବା ବ୍ୟକ୍ତିତ୍ବଙ୍କୁ ସମ୍ମାନିତ କରୁଥିବା କ୍ୟାପିଟାଲ ଫାଉଣ୍ଡେସନର ପଦକ୍ଷେପକୁ ଭୁରି ଭୁରି ପ୍ରଂଶସା କରିଛନ୍ତି୍ ନବୀନ ।

ସେହିପରି ଜଷ୍ଟିସ ଏନ ଭି ରମଣା ଓ ଏକେ ପଟ୍ଟନାୟକଙ୍କୁ ନବୀନ ବିନମ୍ର କୃତଜ୍ଞତା ଜଣାଇଛନ୍ତି  ସେପଟେ ସମ୍ମାନ ଜିଣିବା ପରେ ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପ୍ରବାସୀ ଓଡିଆ  ।

ଏକଦା ଗରିବ ରାଜ୍ୟ ଭାବେ ଜଣାଶୁଣା ଓଡିଶା ଏବେ ଗରିବ ମୁକ୍ତ ଓଡିଶା ପାଇଁ ପରିଚିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  । ୧୯୯୯ ମହାବାତ୍ୟା ପରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ର ହେଉ କି ମହିଳା ସଶକ୍ତିକରଣ କ୍ଷେତ୍ରରେ ମିଶନ ଶକ୍ତି ସବୁଠି ଓଡିଶା ନୂଆ ପରିଚୟ ସୃଷ୍ଟି କରିଛି  । ପ୍ରଥମ ରାଜ୍ୟ ଭାବେ ଓଡିଶା ଚାଷୀଙ୍କ ଆୟ ଦୁଇ ଗୁଣ କରିଛି  । ରାଜ୍ୟର ଆଦିବାସୀ ଯୁବତୀଙ୍କ ପାଇଁ ସ୍କୁଲରେ ହଷ୍ଟେଲ ସୁବିଧା କରିଛନ୍ତି ରାଜ୍ୟ ସରକାର  । ସେହିଭଳି କୋଭିଡ ସମୟରେ ୧୭ ରାଜ୍ୟକୁ ଅକ୍ସିଜେନ ଯୋଗାଇ ଉଦାହରଣ ସୃଷ୍ଟି କରିଛି ଓଡିଶା  ।

ଦିଲ୍ଲୀରେ ଆୟୋଜିତ କ୍ୟାପିଟାଲ ଫାଉଣ୍ଡେସନର କାର୍ଯ୍ୟକ୍ରମରେ  ଯୋଗ ଦେଇ ଓଡିଶାର ଉପଲବ୍ଧି ବଖାଣିଛନ୍ତି ନବୀନ  ।