ଆସନ୍ତାକାଲି ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୯୦୦କୋଟିର ବିଭିନ୍ନ ପ୍ରକଳ୍ପର କରିବେ ଶୁଭାରମ୍ଭ

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ରାଉରକେଲା ଯିବେ । ଅପରାହ୍ନ 5ଟା 20ରେ ମୁଖ୍ୟମନ୍ତ୍ରୀ ରାଉରକେଲା ବିମାନବନ୍ଦରରେ ପହଞ୍ଚିବା ପରେ 5ଟା 30 ମିନିଟରେ ବିର୍ସା ମୁଣ୍ଡା ଆଥଲେଟିକ୍‌‌ ଷ୍ଟାଡିୟମକୁ ଉଦଘାଟନ କରିବେ । ଏହାସହ ଷ୍ଟାଡିୟମ ପରିସରରେ ନିର୍ମିତ ମଲଟି ଲେବୁଲ କାର୍‌ ପାର୍କିଙ୍ଗ ଓ ସୁଇମିଙ୍ଗ ପୁଲ କମ୍ପ୍ଲେକ୍ସ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଏହାସହ ରାଉରକେଲା ସହର ତଥା ସୁନ୍ଦରଗଡ଼ ଜିଲ୍ଲାରେ 900 କୋଟି ଟଙ୍କାର 600ରୁ ଅଧିକ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ମିତ ‌ହକି ତାଲିମ କେନ୍ଦ୍ର ଉଦଘାଟନ ହେବ । 5ଟା 50 ମିନିଟରେ ୱାର୍ଲଡ କପ୍‌ ଭିଲେଜ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 6ଟା 55 ମିନିଟରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚି FIH ପ୍ରୋ ଲିଗ ଉଦଘାଟନୀ ଉତ୍ସବରେ ଯୋଗଦେବେ । ପରେ FIH କର୍ମକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିବା କାର୍ଯ୍ୟକ୍ରମ ରହିଛି । ପରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ବିଶ୍ଵର ସର୍ବବୃହତ ହକି ଷ୍ଟାଡିୟମ୍ ଭାବେ ଗିନିଜ୍‌ ବୁକ ଅଫ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଏହି ରେକର୍ଡ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।