କେନ୍ଦୁଝରରେ ସ୍ମାର୍ଟ  ସ୍ବାସ୍ଥ୍ୟସେବା, ସମୃଦ୍ଧ ଜିଲ୍ଲା ଗଢିବା ନେଇ ନବୀନଙ୍କ ସଂକଳ୍ପ

କେନ୍ଦୁଝର: ସୁନ୍ଦରଗଡ଼ ପରେ କେନ୍ଦୁଝରରେ ପହଁଚିଲା  ସ୍ମାର୍ଟ  ସ୍ବାସ୍ଥ୍ୟସେବା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ସାମିଲ ହୋଇଛି କେନ୍ଦୁଝର ।  ଜିଲ୍ଲାରେ ବିଏସକେଓ୍ବାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନସିଂରେ ଉପସ୍ଥିତ ରହି ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି । ଯଦ୍ୱାରା ଜିଲ୍ଲାରେ ମୋଟ ୪ ଲକ୍ଷ ୧୯ ହଜାର ୭୮୭ ଜଣ ହିତାଧିକାରୀ ଉପକୃତ ହୋଇପାରିବେ ।

ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରିବା ପରେ ସଭାକୁ ସମ୍ବୋଧିତ କରିଥିଲେ  । ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି କେନ୍ଦୁଝର ଜିଲ୍ଲାକୁ ଏକ ସମୃଦ୍ଧ ଜିଲ୍ଲାରେ ପରିଣତ କରିବା ମୋର ଲକ୍ଷ୍ୟ  । ସେଥିପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଆଜି କେନ୍ଦୁଝରରେ ପହଁଚିଛି  । ଏଥିଦ୍ୱାରା ଜିଲ୍ଲାର ୪ ଲକ୍ଷ ୧୯ ହଜାର ହିତାଧିକାରୀ ଉନ୍ନତ ସ୍ନାସ୍ଥ୍ୟ ସେବା ପାଇପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  ।

ଜିଲ୍ଲାରେ ୨୧୮ କୋଟି ଟଙ୍କାର ୬୩ଟି ନବ ନିର୍ମିତ ରାସ୍ତା ଓ 50କୋଟି ଟଙ୍କାର 10ଟି ପୋଲ ଉଦଘାଟନ କରିଛନ୍ତି । ୫୬ କୋଟିରୁ ଉଦ୍ଧ୍ୱ ଟଙ୍କାର 56ଟି ସ୍ବାସ୍ଥ୍ୟ ଯୋଜାନାରେ ଉନ୍ନତିକରଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ମିଶନ୍ ସୁବିଦ୍ୟାରେ 2 କୋଟି 48 ଲକ୍ଷ ଟଙ୍କା ବ୍ୟୟରେ ଏସଏସଡି ହଷ୍ଟେଲ୍ । ଏସବୁକୁ ଆଇଏସଓ ମାନ୍ୟତା ମିଳିଛି । 65ଲକ୍ଷ ଟଙ୍କା ବ୍ୟୟରେ ବଡବିଲରେ ଏକ ଲାଇବ୍ରେରୀର ଉଦଘାଟନ କରିଛନ୍ତି । 83ଟି ବହୁଭାଷୀ ସ୍କୁଲମାନଙ୍କୁ ଏକ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଛି ।

ଯଦ୍ୱାରା  ୬ କୋଟି 68 ଲକ୍ଷ ଟଙ୍କା ବ୍ୟୟରେ ୫ଟି ଯୋଜନାରେ 5ହଜାର ଲୋକ ଉପକୃତ ହେବ । ସେହିପରି ଦକ୍ଷତା ବିକାଶ ପାଇଁ ୧୭ ଦଶମିକ ୪କୋଟି ଟଙ୍କାର ୨ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି  ୧୨୭ଟି ରାସ୍ତା ଓ ୧୮ଟି ପୋଲ ଓ  22ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି  ।

Leave a Reply