ନୂଆଁଖାଇ ଭେଟି: ରବି ଫସଲ ପାଇଁ ୭୪୩ କୋଟି ଟଙ୍କାର ‘କାଳିଆ’ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ପବିତ୍ର ନୂଆଁଖାଇରେ ମୁଖ୍ୟମନ୍ତ୍ରୀଙ୍କ ଭେଟି । ପୁରୀ ଜିଲ୍ଲା ବ୍ୟତିତ ରାଜ୍ୟର ୩୭ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ରବି ଫସଲ ପାଇଁ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ୨୦୨୧-୨୨ ପାଇଁ ୭୪୩ କୋଟି ଟଙ୍କାର କାଳିଆ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ପୂର୍ବରୁ ୧୮ ଲକ୍ଷ ଭୂମିହୀନ କୃଷକ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନାରେ ଚାଷୀମାନେ ୩ଟି କିସ୍ତିରେ ୧୨ ହଜାର ୫୦୦ ଟଙ୍କା ପାଇଥାନ୍ତି । ଶେଷଥର ପାଇଁ ଏପ୍ରିଲ୧ ତାରିଖ ଦିନ ୩୪ଲକ୍ଷ ଚାଷୀଙ୍କୁ ୬୩୯.୯୪କୋଟି ଟଙ୍କା ଦିଆଯାଇଛି ।

ପୁରୀଜିଲ୍ଲା ବ୍ୟତିତ ସବୁ ଜିଲ୍ଲାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏହି ଟଙ୍କା ଯାଇଥିଲା । ଏହାପୁର୍ବରୁ ୪୨ଲକ୍ଷ ଚାଷୀଙ୍କ ଖାତାକୁ ୯୨୦କୋଟି ଟଙ୍କା ପଠାଯାଇଥିଲା । ସାରା ଦେଶରେ ଚାଷୀ ମାନଙ୍କ ପାଇଁ କାଳିଆ ଯୋଜନା ହେଉଛି ସବୁଠାରୁ ଭଲ ଯୋଜନା ଏହି ଯୋଜନାରେ କ୍ଷୁଦ୍ର ନାମମାତ୍ର ଓ ଭୂମିହୀନ ଚାଷୀ ବେଶ ଉପକୃତ ହେଉଛନ୍ତି । ଏଯାଏଁ ୫ଟି କିସ୍ତିରେ ଚାଷୀଙ୍କ ଖାତାକୁ ଟଙ୍କା ଦିଆସରିଛି ।

ଏଥିସହିତ ପଢ଼ନ୍ତୁ: ନୂଆଁଖାଇ ଲାଗି ଚଳଚଞ୍ଚଳ ପଶ୍ଚିମଓଡ଼ିଶା: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Leave a Reply