କେନ୍ଦ୍ରମନ୍ତ୍ରୀ ଓ ସଚିବଙ୍କୁ ଆଜି ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଓ ସଚିବଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମନ୍ତ୍ରୀ ଓ ସଚିବଙ୍କ ନିକଟରେ ବିଭିନ୍ନ ପ୍ରକଳ୍ପର ପ୍ରାପ୍ୟ ସମ୍ପର୍କରେ ଆଲୋଚନା କରିବେ ନବୀନ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରାୟ ୩୦ ମିନିଟ ଧରି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାର ବଳକା ଉଷୁନା ଚାଉଳ ଉଠାଯାଉନଥିବାରୁ, ପ୍ରଧାନମନ୍ତ୍ରୀଙ୍କ ପାଖରେ ଚାଉଳ ଉଠାଣ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି କୋଇଲା ଉତ୍ପାଦନ ରୟାଲଟିରେ ସଂଶୋଧନ ଆସିଲେ, ରାଜ୍ୟକୁ ଅଧିକ ରାଜସ୍ୱ ମିଳିବ । ମହାନଦୀ ଜଳ ବିବାଦ ଯୋଗୁ ଖରାଦିନେ ଓଡ଼ିଶା ଜଳକଷ୍ଟ ଭୋଗୁଥିବାରୁ ଏହାର ସମାଧାନ କରି ନ୍ୟାୟ ଦେବା ଦିଗରେ ବି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ପରେ ନବୀନ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଥିଲେ ।

ସୂଚନା ଯୋଗ୍ୟ ଯେ, କିଛି ଦିନ ତଳେ ତେଲେଙ୍ଗାନାର ବଳକା ଉଷୁନା ଓ ଅରୁଆ ଚାଉଳ ଉଠାଇବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି । ହେଲେ ଏଯାଏ ଓଡ଼ିଶାର ବଳକା ଉଷୁନା ଚାଉଳ ଉଠାଉ ନଥିବାରୁ, ପ୍ରଧାନମନ୍ତ୍ରୀଙ୍କ ପାଖରେ ଚାଉଳ ଉଠାଣ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କୋଇଲା ଉତ୍ପାଦନ ରୟାଲଟିରେ ସଂଶୋଧନ ଆସିଲେ, ରାଜ୍ୟକୁ ଅଧିକ ରାଜସ୍ୱ ମିଳିବ । ମହାନଦୀ ଜଳ ବିବାଦ ଯୋଗୁ ଖରାଦିନେ ଓଡ଼ିଶା ଜଳକଷ୍ଟ ଭୋଗୁଥିବାରୁ ଏହାର ସମାଧାନ କରି ନ୍ୟାୟ ଦେବା ଦିଗରେ ବି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏଥିସହିତ ପଢ଼ନ୍ତୁ: ଭୋଟିଂ ଆରମ୍ଭ; ମତାଧିକାର ସାବ୍ୟସ୍ତ କରୁଛନ୍ତି ବ୍ରଜରାଜନଗରବାସୀ