ସୋମବାର କନ୍ଧମାଳରେ ପହଁଚିବ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ, ଆସୁଛନ୍ତି ନବୀନ

1 min read

ଭୁବନେଶ୍ୱର: ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ଯୋଡି ହେବ କନ୍ଧମାଳ ଜିଲ୍ଲା । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଗସ୍ତ କରିବେ  ।  ଜିଲ୍ଲାରେ BSKY ସ୍ମାର୍ଟ କାର୍ଡ ଯୋଜନାର ଶୁଭାରମ୍ଭ କରିବା ନେଇ ରହିଛି ସୂଚନା । ଏଥି ସହ ପ୍ରାୟ ୩ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ନବୀନ ପଟ୍ଟନାୟକ । ସୂଚନା ମୁତାବକ ଜିଲ୍ଲାର ୧ ଲକ୍ଷ ୬୭ ହଜାର ହିତାଧିକାରୀ BSKY ସ୍ମାର୍ଟ କାର୍ଡର ଲାଭ ପାଇବେ ।

ଆସନ୍ତାକାଲି ଦିନ ୧୧ଟାରେ ଫୁଲବାଣୀ ମିନି ଷ୍ଟାଡିୟମରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ସ୍ଥିତି ପରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଓ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । ସୁରକ୍ଷାକୁ ନଜରରେ ରଖି ମୁତୟନ ହେବେ ୧୩ ପ୍ଲାଟୁନ ପୋଲିସ ଫୋର୍ସ । ଅନୁଗୋଳ, ଢେଙ୍କାନାଳ ପରେ ଏବଂ କନ୍ଧମାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ  ।

ଓଡ଼ିଶାର ସ୍ୱାସ୍ଥ୍ୟ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଏକ ବୈପ୍ଲବିକ ଆହ୍ୱାନ  । ପ୍ରତିଟି ହିତାଧିକାରୀ କିପରି ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେବେ ତାହା ରାଜ୍ୟ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଦେଶର ଅନେକ ସୁପର ସ୍ପେସାଲିଟ ହସ୍ପିଟାଲକୁ ରାଜ୍ୟ ସରକାର ଏହି କାର୍ଡରେ ସଂଯୋଗ କରିଛନ୍ତି  । ଯଦ୍ୱାରା ସାଧାରଣ ଗରିବୀ ଲୋକଟିଏ ମଧ୍ୟ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇପାରିବେ  ।

Leave a Reply